ରୁଷ୍‌ର କରୋନା ଭାଇରସ୍‌ ଟୀକା ସ୍ପୁଟନିକ୍ ଭି : ୮୫ ପ୍ରତିଶତ ଲୋକଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ମସ୍କୋ : ରୁଷ୍‌ରେ ନିର୍ମିତ କରୋନା ଭୂତାଣୁର ଏକ ଟୀକା ସ୍ପୁଟନିକ୍ ଭି ୮୫ ପ୍ରତିଶତ ଲୋକଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ନାହିଁ । ଏହି ଟୀକା ସୃଷ୍ଟି କରିଥିବା ଗମ୍‌ଲେୟା ଗବେଷଣା କେନ୍ଦ୍ରର ମୁଖ୍ୟ ଆଲେକ୍ସଜାଣ୍ଡାର୍ ଗିଣ୍ଟବର୍ଗ ସୋମବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୮୫% ରୁ ଅଧିକ ଲୋକ ଏହି ଟୀକାକରଣର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖି ନାହାଁନ୍ତି । ଆଲେକ୍ସଜାଣ୍ଡାର୍ କହିଛନ୍ତି ଯେ, ଏହି ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ୧୫ ପ୍ରତିଶତ ଲୋକଙ୍କଠାରେ ଦେଖାଯାଇଛି । ଅନେକ ବିଶେଷଜ୍ଞ ଏହି ଟୀକା ବିଷୟରେ ପ୍ରଶ୍ନ ଉଠାଇଛନ୍ତି, ଯେଉଁଥିରେ ରୁଷ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

ଚଳିତ ବର୍ଷ ଅଗଷ୍ଟରେ ରୁଷ୍‌ କରୋନା ଭୂତାଣୁର ପ୍ରଥମ ଟୀକା ସ୍ପୁଟନିକ୍ ଭି ପଞ୍ଜିକରଣ କରିଥିଲା । ତେବେ ଏହି ଟୀକା ପଞ୍ଜିକୃତ ହେବା ମାତ୍ରେ ସ୍କାନରରେ ଆସିଥିଲା । ପାଶ୍ଚାତ୍ୟ ଦେଶଗୁଡିକ ଅଭିଯୋଗ କରିଛନ୍ତି ଯେ, ରୁଷ୍‌ କେବଳ ଟୀକା ଦୌଡ଼ରେ ଆଗକୁ ଯିବାକୁ ତତ୍ପର ହେଉଛି । କାରଣ ଏହା ତୃତୀୟ ପର୍ୟ୍ୟାୟ ପରୀକ୍ଷା ବିନା ଟୀକା ପଞ୍ଜୀକୃତ କରିଛି । ପାଶ୍ଚାତ୍ୟ ଦେଶଗୁଡିକର ଅଭିଯୋଗ ଉପରେ ରୁଷ୍‌ କହିଛି ଯେ, ଏହାର ପୁରୁଣା ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଏକ ଟୀକା ପ୍ରସ୍ତୁତ କରାଯାଇଛି, ତେଣୁ ଏତେ ଶୀଘ୍ର ଘଟିଛି ।

Leave A Reply

Your email address will not be published.