କଥା ଦେଇ ଭୁଲିଗଲା ଜଙ୍ଗଲ ଏବଂ ପରିବେଶ ବିଭାଗ : ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି ଘନାମାଲ ଏବଂ ସାରଙ୍ଗପୁର ଗ୍ରାମବାସୀ

ପ୍ରହସନ ପାଲଟିଛି ସୋଲାର ଷ୍ଟ୍ରିଟ ଲାଇଟ ଏବଂ ହାତୀଚଲା ପଥ ସୂଚନା ଫଳକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବଡିଭିଜନ ଅନ୍ତର୍ଗତ ଘେଁସ ରେଞ୍ଜ ଅଧୀନସ୍ଥ ସାରଙ୍ଗପୁର ଓ ଘନାମାଲଠାରେ ପ୍ରତେକ ବର୍ଷ ଲୋକେ ହାତୀ ଆକ୍ରମଣର ଶିକାର ହୁଅନ୍ତି । ଗତ ଜାନୁଆରୀ ୨୦୧୯ ରେ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଅନ୍ଧାରର ସୁଯୋଗ ନେଇ ଘନାମାଲର ଦେବେନ୍ଦ୍ର ବେହେରା ଏବଂ ସାରଙ୍ଗପୁରର ଗୁରୁବାରୀ ମେହେରକୁ ଆକ୍ରମଣ କରିଥିଲା, ଯାହାଫଳରେ ଉଭୟେ ମୃତ୍ୟୁବରଣ କରିଥିଲେ । ସେହିପରି ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଏହିବର୍ଷ ସେପ୍ଟେମ୍ବରରେ ମଧ୍ୟ ସପ୍ତ ନାଏକ ହାତୀ ଆକ୍ରମଣରେ ମଧ୍ୟ ମୃତ୍ୟୁବରଣ କରିଥିଲେ । ହାତୀ ପଲ ସମୟେ ସମୟେ ଗ୍ରାମ ଭିତରକୁ ମଧ୍ୟ ପ୍ରବେଶ କରିଥାନ୍ତି । ୨୦୧୯ରେ ସାରଙ୍ଗପୁର ଓ ଘନାମାଲର ଗ୍ରାମବାସୀମାନେ ଅସନ୍ତୋଷ ହୋଇ ବନ କର୍ମଚାରୀମାନଂକୁ ଅଟକ ରଖିଥିଲେ । ବନ ବିଭାଗର ଅଧିକାରୀମାନେ ପ୍ରତିଶ୍ର୍ରୁତି ଦେଇଥିଲେ ଯେ ଉଭୟ ଗ୍ରାମରେ ସୋଲାର ଲାଇଟ ଓ ହାତୀ ଚଲାପଥର ନାମ ଫଳକର ବ୍ୟବସ୍‌ସ୍ଥା କରିବେ । କିନ୍ତୁ ଦୁଃଖର ବିଷୟ ଆଜିକୁ ୨ ବର୍ଷ ହୋଇଥିଲେ ମଧ୍ୟ ବନ ବିଭାଗର ମନମୁଖୀ କାର୍ୟ୍ୟକଳାପ ଯୋଗୁ ଆଜି ପର୍ୟ୍ୟନ୍ତ କୋଣସି ବ୍ୟବସ୍‌ସ୍ଥା କରାଯାଇନାହିଁ । ତେଣୁ ଏହାର ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନର ମୁଣ୍ଡ ଟେକି ପାରେ ବୋଲି ସାମାଜିକ କର୍ମୀ ନିଳାଞ୍ଚଳ ଦରୁଆନ ଏବଂ ଉଭୟ ଗ୍ରାମବାସୀ ମାନେ କହିଛନ୍ତି ।

ଏନେଇ ସମାଜିକ ଗଣମାଧ୍ୟମ ଟ୍ଵିଟର ମାଧ୍ୟମରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ,ଜୋଖିପାଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ରେ ଅଭିଯୋଗ କରିଥିଲେ.ତାହାକୁ ଗୁରୁତ୍ୱ ଦେଇ ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଜଙ୍ଗଲ ବିଭାଗ ସହିତ କଥା ହେବେ ବୋଲି ପ୍ରତ୍ୟୁତ୍ତର ରଖିଥିଲେ କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବରଗଡ଼ ଜଙ୍ଗଲ ବିଭାଗ ତଥା ଜିଲ୍ଲାପାଳ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ଯାହାଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି. ତୁରନ୍ତ ଉକ୍ତ ଗ୍ରାମର ଲୋକଙ୍କ ସୁବିଧା ଦୃଷ୍ଟି ରୁ ହାତୀ ଚଲାପଥ ରେ ହାଇ ମାଷ୍ଟ ଲାଇଟ ସହିତ ସୂଚନା ଫଳକ ପ୍ରଦାନ କରିବାକୁ ଯୁବ ସଂଗଠନ ଦାବୀ କରିଛନ୍ତି ।

Leave A Reply

Your email address will not be published.