ସୁଚିସ୍ମିତା ପ୍ରଧାନ ଡିଗ୍ରୀ ଓଡ଼ିଆ ସମ୍ମାନରେ ଟପ୍‌ପର୍‌

ଜଳେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଚଳିତ ବର୍ଷ ଡିଗ୍ରୀ ଓଡ଼ିଆ ସମ୍ମାନ ପରୀକ୍ଷାରେ ସୁଶ୍ରୀ ସୁଚିସ୍ମିତା ପ୍ରଧାନ ୧୪୬୫ ମାର୍କ ରଖି ଟପ୍‌ପର୍ ହୋଇଛନ୍ତି । ସେ ଖୁଲୁଡ଼ା ସ୍ଥିତ ଶୀତଳା ଠାକୁରାଣୀ + ୩ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଜଣେ ମେଧାବୀ ଛାତ୍ରୀ ହିସାବରେ ଏହି ସଫଳତା ହାସଲ ପରେ ସ୍ଥାନୀୟ ଅଞ୍ଚଳ ତଥା ମହାବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଝାଡ଼ପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମର କ୍ଷୁଦ୍ର ଚାଷୀ ହରେନ୍ଦ୍ର ନାଥ ପ୍ରଧାନ ଓ ସବିତା ରାଣୀ ପ୍ରଧାନଙ୍କ କନିଷ୍ଠା କନ୍ୟା ସୁଚିସ୍ମିତା ଭବିଷ୍ୟତରେ ଆଦର୍ଶ ଓଡ଼ିଆ ବିଭାଗର ଅଧ୍ୟାପିକା ହେବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ସୁଚିସ୍ମିତା ପିପଳେଶ୍ୱର ବାଳିକା ଉଚ୍ଚ ବିଦ୍ୟାଳୟରେ ମ୍ୟାଟ୍ରିକ ଏବଂ ଦହମୁଣ୍ଡା ଆନନ୍ଦମୟୀ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାରେ ଶିକ୍ଷା ସମାପନ କରିଥିଲେ । ତାଙ୍କର ସଫଳତା ପାଇଁ ସେ ପିତା-ମାତା, ଶୀତଳା ଠାକୁରାଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଞ୍ଜନ କୁମାର ପାଳ ଓ ଓଡ଼ିଆ ବିଭାଗର ପ୍ରଧ୍ୟାପିକା ଶ୍ରୀମତୀ ରାଧାରାଣୀ ମହାନ୍ତି ଏବଂ ଦହମୁଣ୍ଡା ସ୍ଥିତ ଜିଜ୍ଞାସା କୋଚିଂ ସେଣ୍ଟରର ସମସ୍ତ ଅଧ୍ୟାପକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.