୩୦ କ୍ୱିଣ୍ଟାଲ ପିଡ଼ିଏସ ଚାଉଳ ଜବତ, ୪ ଗିରଫ

ମୁନିଗୁଡା : ବଲାଙ୍ଗିର ଜିଲ୍ଲାକୁ ୩୦ କ୍ୱିଣ୍ଟାଲ ପିଡ଼ିଏସ ଚାଉଳ ଚୋରା ଚାଲାଣ ହେଉଥିବା ବେଳେ ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ ହାତରେ ଧରାପଡିଥିବା ଜଣାପଡ଼ିଛି । ବିଷମ କଟକ ଥାନା ଅଧୀନରେ ଥିବା ଉର୍ଲାଯୋଡ଼ି ଗାଁ ନିକଟରେ ଏକ ମିନି ଟ୍ରକ୍ ଓ ପିକଅପ୍ ଭ୍ୟାନ୍‌ରେ ଚାଉଳ ଲୋଡ଼୍ କରାଯାଉଥିବା ବେଳେ ପୋଲିସ ଏହି ଦୁଇ ଗାଡି ଓ ଗାଡ଼ିରେ ଥିବା ୩୦ କ୍ୱିଣ୍ଟାଲ ଚାଉଳକୁ ଜବତ କରିଥିବା ମିଳିଥିବା ସୂଚନାରେ କୁହାଯାଇଛି । ଏ ନେଇ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ତେବେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା କୁହାଯାଇଛି ।

Leave A Reply

Your email address will not be published.