pakka

କରୋନା ମହାମାରୀ ସଂପର୍କରେ ଆମେରିକୀୟ ବୈଜ୍ଞାନିକଙ୍କ ଆଶ୍ୱସ୍ତ ଖବର

kalikesh

ନୂଆଦିଲ୍ଲୀ : କରୋନା ମହାମାରୀର ତୃତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ଏହି ଲହର ପଛରେ ରହିଛି କରୋନାର ଓମିକ୍ରନ୍ ଭାରିଆଣ୍ଟ ବୋଲି କୁହାଯାଉଛି । ଯଦିଓ କରୋନା ଟୀକା ଆସିଛି, କିନ୍ତୁ ମହାମାରୀ ସମାପ୍ତ ହେଉନାହିଁ । ଏହା ଉପରେ ଆମେରିକାର ଜଣେ ବୈଜ୍ଞାନିକ ଆଶ୍ୱସ୍ତ ଖବର ଦେଇଛନ୍ତି । ସେ ବିଶ୍ୱାସ କରନ୍ତି ଯେ, କରୋନା ଶେଷ ହେବା ପାଇଁ ଆଉ ଅଧିକ ସମୟ ବାକି ନାହିଁ ।

ୱାଶିଂଟନ୍ ବୈଜ୍ଞାନିକ ତଥା ଭାଇରୋଲୋଜିଷ୍ଟ୍ ଡକ୍ଟର କୁତୁବ୍ ମହମୁଦ କହିଛନ୍ତି ଯେ, କରୋନା ମହାମାରୀ ସବୁଦିନ ପାଇଁ ରହିପାରିବ ନାହିଁ । ଏହାର ଶେଷ ଅତି ନିକଟତର । ଏହା ଏକ ଚେସ ଖେଳ ପରି, କିନ୍ତୁ ଏହାର ବିଜୟ ନାହିଁ । ଏହା ଏକ ଡ୍ର ମ୍ୟାଚ୍ ପରି । ଏଥିରେ ଏକ ପର୍ଯ୍ୟାୟ ଆସିବ ଯାହାଦ୍ୱାରା ଭୂତାଣୁ ହାରିଯିବେ ଏବଂ ଆମେ ଜିତିବୁ । ସେ ଆଶା ପ୍ରକଟ କରିଛନ୍ତି ଯେ, ଶୀଘ୍ର ସମସ୍ତେ ମାସ୍କରୁ ମୁକ୍ତି ପାଇବେ ଏବଂ ବିଶ୍ୱ ପୁଣି ଆଗକୁ ବଢ଼ିବ ।

pp
Leave A Reply

Your email address will not be published.

13 − 11 =