pakka

ଚାଇନାର ୧୪ଟି ପ୍ରଦେଶରେ କରୋନା ସଂକ୍ରମଣର ନୂଆ ଲହର : ଜନସଂଖ୍ୟାର ୭୫.୮% ଟୀକାକରଣ, ତଥାପି ସଂକ୍ରମଣ ବୃଦ୍ଧି ପାଉଛି

bbehera

ବେଜିଂ : ଯଦିଓ ଚାଇନାରେ ୧.୪୧ ବିଲିୟନ ଜନସଂଖ୍ୟା ମଧ୍ୟରୁ ୧.୦୭ ବିଲିୟନ ଲୋକଙ୍କୁ ଟିକା ଦିଆଯାଇଛି, ତଥାପି ଏବେ ଏହି ଦେଶ କରୋନାର ଏକ ନୂଆ ଲହର ସହିତ ଯୁଦ୍ଧ କରୁଛି । କୁହାଯାଉଛି, ଚାଇନାରେ କରୋନାର ନୂଆ ବିସ୍ଫୋରଣ ବ୍ୟାପିଛି । ଦେଶର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) ରିପୋର୍ଟ କରିଛି ଯେ, ଦେଶର ୧୪ ଟି ପ୍ରଦେଶରେ ନୂତନ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ଶୁକ୍ରବାର ଦିନ ମେନଲ୍ୟାଣ୍ଡ୍ ଚାଇନାରେ ୫୯ ନୂଆ ସଂକ୍ରମିତ ଚିହ୍‌ହ୍ନଟ ହୋଇଛନ୍‌ନ୍ତି। ସେପ୍ଟେମ୍ବର ୧୬ ପର ଠାରୁ ପ୍ରଥମ ଥର ପାଇଁ ଏହା ସର୍ବାଧିକ । ଅଧିକାଂଶ ମାମଲା ଚୀନ୍‌ର ଉତ୍ତର ଅଞ୍ଚଳରେ ଆସୁଛି । ସଂକ୍ରମଣରେ ସବୁଠାରୁ ଅଧିକ ପ୍ରଭାବିତ ଅଂଚଳ ହେଉଛି ରାଜଧାନୀ ବେଜିଂ, ହିଲୋଙ୍ଗଜିଆଙ୍ଗ, ଇନର୍‌ ମୋଙ୍ଗୋଲିଆ, ଗାନସୁ ଏବଂ ନିଙ୍ଗକ୍ସିଆ । ଏଥି ସହିତ ଗୋଟିଏ ସପ୍ତାହରେ ତିନିଟି ସହରରେ ଲକ୍‌ଡ଼ାଉନ୍‌ ଘୋଷରା କରାଯାଇଛି ।

jay balangir
Leave A Reply

Your email address will not be published.

four × 3 =