pakka

ଶୁଆ ପାଇଁ ଛାଡପତ୍ର

bbehera

ପୁନେ : ଶୁଆ ପାଇଁ ଛାଡପତ୍ର । ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପାଇଁ ଆଫ୍ରିକୀୟ ଧୂସର ଶୁଆକୁ ଫେରାଇବାକୁ ଦାବି କରିଥିଲେ । ବିବାହ ପୂର୍ବରୁ ସେ ତାଙ୍କୁ ଏହି ଶୁଆ ଉପହାର ଦେଇଥିଲେ । ପରିବାର କୋର୍ଟରେ ଆଡଭୋକେଟ ଭାଗାଶ୍ରୀ ସୁଭାଷ ଗୁଜର କହିଛନ୍ତି, ସ୍ତ୍ରୀଙ୍କ ପକ୍ଷରୁ ଛାଡପତ୍ର ମାମଲା ରୁଜୁ ହୋଇଥିଲା । ଏହି ଛାଡ଼ପତ୍ର ମାମଲାରେ ସ୍ତ୍ରୀ ଭରଣପୋଷଣ ଦାବି କରି ନ ଥିଲେ । କାରଣ ସେ ଆପୋଷ ସମାଧାନ ମାଧ୍ୟମରେ ଛାଡପତ୍ର ଚାହୁଁଥିଲେ । କିନ୍ତୁ ସ୍ୱାମୀ ତାଙ୍କୁ ବିବାହ ପୂର୍ବରୁ ଦେଇଥିବା ଆଫ୍ରିକୀୟ ଧୂସର ଶୁଆକୁ ଫେରାଇ ଆଣିବାକୁ ଜିଦ ଧରିଥିଲେ । କିନ୍ତୁ ସ୍ତ୍ରୀ ଶୁଆ ଦେବାକୁ ପ୍ରସ୍ତୁତ ନ ଥିଲେ । ପୁନର୍ବାର କାଉନସେଲିଂ ପରେ ସ୍ତ୍ରୀ ଶୁଆଟିକୁ ଫେରାଇବାକୁ ରାଜି ହେଲେ ଏବଂ ଏହା ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।

jay balangir
Leave A Reply

Your email address will not be published.

7 − six =

error: Content is protected !!