pakka

ଚୀନ୍‌ କୋଇଲା ଖଣିରେ ଦୁର୍ଘଟଣା

bbehera

ହେଇଲୋଙ୍ଗଜିଆଙ୍ଗ : ଚୀନ୍‌ କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ଫଳରେ ଖଣିରେ କାମ କରିବାକୁ ଯାଉଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ହେଇଲୋଙ୍ଗଜିଆଙ୍ଗ ପ୍ରାନ୍ତରେ ଥିବା ଜିକ୍ସି ସହରର କୁୟୁ କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭୂମିଗତ ଖଣିକୁ ଶ୍ରମିକଙ୍କୁ ନେଇ ଯାଉଥିବା ଖନନ ଗାଡି ଲାଇନ ଚ୍ୟୁତ ହୋଇଥିଲା । ଫଳରେ ଖଣି ତଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ବୁଧବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ହୋଇଥିଲା । ତେବେ ଚୀନ୍‌ ଗଣମାଧ୍ୟମ ୨୧ ଡିସେମ୍ବର ଗୁରୁବାର ସୂଚିତ କରିଛି । ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ଆହତ ସମସ୍ତ ୧୩ ଜଣ ଶ୍ରମିକଙ୍କୁ ଅଲଗା ଅଲଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ତଦନ୍ତ ନିମନ୍ତେ କମିଟି ଗଠନ କରାଯାଇଛି । ତେବେ ଭୂମିଗତ ଖନନ ଗାଡି କିପରି ଦୁର୍ଘଟଣାଗ୍ରସ୍ତ ହେଲା ସେ ନେଇ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ସେହିପରି ଏହି ଦୁର୍ଘଟଣାରେ ଆହତଙ୍କ ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦିଆଯାଇ ନାହିଁ । ତେବେ କିଛି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା କୁହାଯାଇଛି ।

Leave A Reply

Your email address will not be published.

fourteen − 13 =