ଫାରୁକ୍‌ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ : ଚୀନ୍‌କୁ ସମର୍ଥନ କଲେ ଅନୁଚ୍ଛେଦ ୩୭୦ ପୁଣି ଲାଗୁ ହେବ

ଜାମ୍ମୁ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସ୍‌ନାଲ କନ୍‌ଫ୍ରେନ୍‌ସ୍‌ର ନେତା ଫାରୁକ୍‌ ଅବ୍‌ଦୁଲ୍ଲା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ତାଙ୍କୁ ବିଶ୍ୱାସ ଅଛି ଯେ ଚୀନକୁ ସମର୍ଥନ କଲେ ଜାମ୍ମୁ-କାଶ୍ମୀରରେ ପୁଣି ଲାଗୁ ହେବ ଅନୁଚ୍ଛେଦ ୩୭୦ । ଫାରୁକ୍‌ ଅବଦୁଲ୍ଲା କହୁଛନ୍ତି ଯେ, ଅନୁଚ୍ଛେଦ ୩୭୦ ଏବଂ ଅନୁଚ୍ଛେଦ ୩୫ଏ’କୁ ପୁଣି ଲାଗୁ କରାଯିବାକୁ ଏବଂ ଜାମ୍ମୁ-କାଶ୍ମୀରକୁ ରାଜ୍ୟର ମାନ୍ୟତା ଦିଆଯିବାକୁ ସେ ପ୍ରତିଶ୍ରୁତିବଦ୍ଧ । ସୂଚନାଯୋଗ୍ୟ ଯେ, ସାଂସଦର ମୌସୁମୀ ଅଧିବେଶନରେ ଫାରୁକ୍‌ ଅବଦୁଲ୍ଲା ଜାମ୍ମୁ କାଶ୍ମୀରରେ ୫ ଅଗଷ୍ଟ ୨୦୧୯ର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଦାବୀ କରିଥିଲେ ।

Leave A Reply

Your email address will not be published.