ସଇଁନ୍ତଲାରେ ଆର୍ଥିକ ଅନ୍ତର୍ଭୁକ୍ତି ସମନ୍ୱୟ ମେଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ପଞ୍ଚାୟତ କାର୍ୟ୍ୟଳୟ ଠାରେ ଗତ ୮ ତାରିଖ ରୁ ୨୨ ତାରିଖ ପର୍ୟ୍ୟନ୍ତ ଆର୍ଥିକ ଅନ୍ତର୍ଭୁକ୍ତି ସମନ୍ୱୟ ମେଳା କାର୍ୟ୍ୟକ୍ରମ ଚାଲିଛି । ସଇଁନ୍ତଲା ଏମବିକେ ନମିତା ପୁଟେଲଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଭୀମସେନ ସ୍ୱାଇଁ ଉପସ୍ଥିତ ଥିଲେ । ତେବେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନାରେ କିଭଳି ଭାବେ ଲାଭବାନ ହୋଇ ପାରିବେ ମହିଳା ଗୋଷ୍ଠୀମାନେ, ତାହା ଏହି ମେଳା କାର୍ୟ୍ୟକ୍ରମରେ ଆଲୋଚନା ହୋଇଥିଲା । ଏହି କାର୍ୟ୍ୟକ୍ରମରେ ରୋସିନୀ ଗହୀର, ମିନା ସାହୁ, ରେଖା ଦୀପ, ଆଲ୍ଲାଦିନି ତ୍ରିପାଠୀ, ମୀନା ଜାଲ, ସୁନିତା ଜାଲ, ବୃନ୍ଦା, କସ୍ତୁରୀ, ସୁଜାତା ଓ ବିନୟ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.