୭୮ ବର୍ଷରେ ବି କର୍ମ ତତ୍ପର ବିଗ୍‌ ବି ଅମିତାଭ ବଚ୍ଚନ

ମୁମ୍ବାଇ : ଆଜି ଅମିତାଭ ବଚ୍ଚନଙ୍କ ୭୮ତମ ଜନ୍ମଦିନ । ତାଙ୍କର ଏହି ବୟସରେ ବି ସେ କେତେ ସକ୍ରିୟ, କେତେ କର୍ମତତ୍ପର ଓ ସମର୍ପିତ, ଏହାର ଉଦାହରଣ କମ୍‌ ନାହିଁ । ଆଜି ବି ଯେଭଳି ଉତ୍ସାହ ଓ ସାମର୍ଥ୍ୟ ନେଇ ସେ ନିୟମିତ ଭାବେ ଘଂଟା ଘଂଟା ଧରି କାମ କରନ୍ତି, ତାହା ନିଶ୍ଚୟ ଦୁର୍ଲଭ ।

କାମ କରିବା କ୍ଷେତ୍ରରେ ଦେଖିବାକୁ ଗଲେ ଅମିତାଭ ବଚ୍ଚନ ଏବେ ବି କୌଣସି ଯୁବକଠୁ କମ୍‌ ନୁହନ୍ତି । ତାଙ୍କ ସମସ୍ତ ସମବୟସ୍କ ଅଭିନେତାମାନଙ୍କ କ୍ଷେତ୍ରରେ ଦେଖିବାକୁ ଗଲେ ସେ ଖୁବ୍‌ ଊଦ୍ଧ୍ୱର୍ରେ । ତାଙ୍କଠୁ କମ୍‌ ବୟସର ଅଭିନେତାମାନେ ମଧ୍ୟ ଅନେକ କ୍ଷେତ୍ରରେ ତାଙ୍କ ଭଳି ପରିଶ୍ରମ କରିପାରନ୍ତି ନାହିଁ ।


ସିନେ ଜଗତରେ ଅଭିନେତାମାନଙ୍କର ନିଷ୍ଠା ତଥା ସମର୍ପଣର ଅଭାବ ନାହିଁ । କିନ୍ତୁ ବୟସ୍କ ହୋଇଯିବା ବେଳେ ଏଥିରେ ମଧ୍ୟ ଶୀଥିଳତା ଆସିଯାଏ । କିନ୍ତୁ ବିଗ୍‌ ବି ଅମିତାଭ ଏମାନଙ୍କ ମଧ୍ୟରେ ଜଣେ ଭିନ୍ନ ସାମର୍ଥ୍ୟବାନ ଅଭିନେତା, ଯିଏ ଏବେ ବି ଥକି ନାହାନ୍ତି କି ପଛକୁ ଲେଉଟି ଚାହିଁନାହାନ୍ତି ।

Leave A Reply

Your email address will not be published.