ଏଟିଏମ୍‌ ତାଡ଼ି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଧାନୀରେ ଥମୁନି ଏଟିଏମ୍‌ ଲୁଟ୍‌ ଘଟଣା । ଗତ କିଛି ଦିନ ତଳେ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ । ପୁଣି ଏଟିଏମ୍‌ ତାଡି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରାମାନେ । ଗତ କାଲି ବିଲମ୍ବିତ ରାତିରେ ରାଜଧାନୀରେ ଥିବା ପଟିଆ ରୟାଲଟି ଛକର ପଜାଂବ ନ୍ୟାସ୍‌ନାଲ ବ୍ୟାଙ୍କର ଏଟିଏମ୍‌କୁ ତାଡି ଲକ୍ଷାଧିକ ଟଙ୍କା ଲୁଟି ନେଇ ଫୋରାର ହୋଇଛନ୍ତି ବୋଲି ଖବର ମିଲିଛି । ଖବର ମିଳିବା ପରେ ନନ୍ଦନକାନନ ଓ ଇନ୍‌ଫୋସିଟି ଥାନା ଦାୟିତ୍ୱରେ ଥିବା ଆଇଆଇସି ଏବଂ ଭୁବନେଶ୍ୱର ଜୋନ୍‌-୬ ଏସିପି ପହଂଚି ତଦନ୍ତ ଜାରି ରଖିଛନ୍ତି ବୋଲି ସୂଚନା ମିଲିଛି ।

Leave A Reply

Your email address will not be published.