ଫେଲ୍‌ ମାରିଲା ଡକାୟତି ଯୋଜନା

ଯାଜପୁର : ଫେଲ୍‌ ମାରିଗଲା ଡକାୟତି ଯୋଜନା । ପୁଲିସ୍‌ ହାତରେ ଧରାପଡିଲେ ୫ ଲୁଟେରା । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ୫ ଜଣ ଲୁଟେରା ଯୋଜନା କରୁଥିଲେ ଲୁଟ୍‌ ପାଇଁ । କିନ୍ତୁ କୌଣସି କାରଣରୁ ଖବର ପାଇ ପୋଲିସ ଚଢଉ କରି ୫ ଜଣ ଡକାୟତ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ୨ଟି ବାଇକ ଜବତ୍‌ କରିବା ସହ ବହୁ ଗୁଡାଏ ମାରଣାସ୍ତ୍ର, ଜିଅନ୍ତା ବୋମା ଏବଂ ବହୁତ ବାଇକ ଚାବି ଜବତ କରାଯାଇଛି ପୋଲିସ୍‌ ପକ୍ଷରୁ, ଯାହାକି ଯାଜପୁରର ବୁଦ୍ଧିଜୀବୀ ମହଲରେ ପ୍ରଶଂସନୀୟ ବୋଲି କୁହାଯାଇଛି ।

Leave A Reply

Your email address will not be published.