ଆଜି ଭାରତୀୟ ସେନା ଦିବସ : ସେନାରେ କାର୍ୟ୍ୟରତ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଲେ ରା‌ଷ୍ଟ୍ରପତି ଓ ପ୍ରଧାନମ‌ନ୍ତ୍ରୀ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଭାରତୀୟ ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ଲେଖିଛନ୍ତି ଯେ, ଭାରତୀୟ ସେନାରେ କାର୍ୟ୍ୟରତ ସମସ୍ତ ପୁରୁଷ ଓ ମହିଳାଙ୍କୁ ଅଭିନନ୍ଦନ ଜଣାଉଛି । ଦେଶପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଯବାନମାନଙ୍କୁ ଆମେ ଭୁଲିପାରିବା ନାହିଁ । ଭାରତ ସେମାନଙ୍କୁ ଓ ସେମାନଙ୍କର ପରିବାର ଲୋକଙ୍କୁ ସବୁଦିନ ମନେ ପକାଇବ ।


ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସେନା ଦିବସରେ ଯବାନମାନଙ୍କୁ ଟୁଇଟ କରି ଶୁଭେ‌ଚ୍ଛା ଜଣାଇ କହିଛ‌ନ୍ତି ଯେ, ଭାରତ ମା’ଙ୍କୁ ସୁରକ୍ଷା ଦେଉଥିବା ଦେଶର ପରାକ୍ରମୀ ସୈନିକ ଓ ସେମାନଙ୍କର ପରିବାରକୁ ସେନା ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଆମର ସେନା ସଶକ୍ତ, ସାହସୀ ଓ ସଂକଳ୍ପବଦ୍ଧ ହେଉ, ଯାହା ଦ୍ୱାରା ଦେଶର ଗର୍ବ ଉଚ୍ଚ ହେବ । ସମସ୍ତ ଦେଶବାସୀ ଓ ଭାରତୀୟ ସେନାକୁ ପ୍ରଣାମ ଜଣାଉଛି ।

Leave A Reply

Your email address will not be published.