pakka

ଯୋଗୀ ଆଦିତ୍ୟନାଥ ଶ୍ରମିକମାନଙ୍କୁ ଏକ ବଡ ଉପହାର ଦେଲେ, ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା କଭର୍‌

bbehera

ଲଖ୍‌ନଉ : କରୋନା ବିପର୍ୟ୍ୟୟ ମଧ୍ୟରେ ଫେରି ଆସିଥିବା ଶ୍ରମିକମାନଙ୍କ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ପଦକ୍ଷେପ ନେଇଛନ୍ତି । ଶ୍ରମ ଦିବସ ଅର୍ଥାତ୍ ୧ ମଇରେ ପ୍ରବାସୀ / ନିବାସୀ ଶ୍ରମିକମାନଙ୍କ ପାଇଁ ସିଏମ୍‌ ଯୋଗୀ ଏକ ବଡ଼ ଉପହାର ଦେଇଛନ୍ତି । ଯୋଗୀ ସରକାର ପ୍ରବାସୀ ତଥା ନିବାସୀ ଶ୍ରମିକମାନଙ୍କୁ ୨ ଲକ୍ଷ ଟଙ୍କା ସୁରକ୍ଷା ବୀମା କଭର ଏବଂ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା କଭର ପ୍ରଦାନ କରିବେ । ଏହି ସୁରକ୍ଷା କଭର ୱାର୍କର୍ସ ୱେଲଫେୟାର ବୋର୍ଡର ବଜେଟରୁ ଶ୍ରମିକମାନଙ୍କୁ ଦିଆଯିବ । ଏହି ଯୋଜନାର ଲାଭ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନେ ଏପର୍ୟ୍ୟନ୍ତ କୌଣସି ସରକାରୀ ବୀମା ଯୋଜନାରେ ଆସିନାହାଁନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଦିନ ରାଜ୍ୟର ଶ୍ରମିକମାନଙ୍କ ସହ ଏକ ଭର୍ଚୁଆଲ୍ ଢ଼ଙ୍ଗରେ ଯୋଗାଯୋଗ କରି କହିଛନ୍ତି ଯେ, ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ମୁଁ ଆପଣଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଯେତେବେଳେ ଜଣେ ଶ୍ରମିକ ରକ୍ତ ଏବଂ ଝାଳ ବୁହାନ୍ତି, ସେତେବେଳେ କୌଣସି ନିର୍ମାଣ କାର୍ୟ୍ୟ କରାଯାଇଥାଏ ।

Leave A Reply

Your email address will not be published.

15 − seven =