pakka

ମନ୍ତ୍ରୀ ସୁଶାନ୍ତ ସିଂଙ୍କର ପ୍ରଶଂସନୀୟ ପଦକ୍ଷେପ : କରୋନା ସଂକ୍ରମିତଙ୍କୁ ନିଜେ ଆମ୍ବୁଲାନ୍ସ ଡ୍ରାଇଭିଙ୍ଗ୍‌ କରି ଡାକ୍ତରଖାନା ପହଞ୍ଚାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦେଖିବାକୁ ମିଳିଛି ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ, ଯାହା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସୋହେଲା ବ୍ଲକର ତବଡା ଗ୍ରାମରୁ ଜଣେ ବ୍ୟକ୍ତି ଫୋନ କରି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କହିଲେ ଯେ ତାଙ୍କର ଭାଇ କୋରୋନା ସଂକ୍ରମିତ ହୋଇ କଷ୍ଟ ପାଉଛନ୍ତି । ତେବେ ଖବର ଶୁଣିବା ମାତ୍ରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡ୍ରାଇଭରର ଆସିବାକୁ ଅପେକ୍ଷା ନକରି ମନ୍ତ୍ରୀ ନିଜେ ଆମ୍ବୁଲାନ୍ସ ଚଳାଇ ତବଡା ଗ୍ରାମରେ ପହଁଚି କୋରୋନା ସଂକ୍ରମିତକୁ ଆମ୍ବୁଲାନ୍ସରେ ଆଣି ସୋହେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦେଶ ଦେଇଥିଲେ । ଅନ୍ୟପଟେ ମନ୍ତ୍ରୀ ଅଞ୍ଚଳର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଗତକାଲି ଏକ ନୂତନ ଆମ୍ବୁଲାନ୍ସ ଓ ୧୫ ଗୋଟି ଅକ୍ସିଜେନ ସିଲିଣ୍ଡର ସେବା ଉଦ୍ଦେଶ୍ୟରେ ଜନସାଧାରଣଙ୍କୁ ସମର୍ପିତ କରିଥିଲେ ।

Leave A Reply

Your email address will not be published.

six + one =