pakka

ଯୌତୁକଲୋଭୀ ବର ହେଲା ଶିଶୁପାଳ, ବିବାହ କରିବାକୁ ମନା କରିଦେଲା କନ୍ୟା

l2

ଉନ୍ନାଓ : ଯୌତୁକଲୋଭୀ ବର ହେଲା ଶିଶୁପାଳ । ବିବାହ କରିବାକୁ ମନା କରିଦେଲା କନ୍ୟା । ବିବାହ ସଂପନ୍ନ ହେବା ପୂର୍ବରୁ ଭାଙ୍ଗିଲା ବାହାଘର । ଏହା ପରେ ମୁଂଡ଼ ଆଉଁସି ଫେରି ଆସିଲା ବର । ପରିବାରର ସଦସ୍ୟମାନେ ମଧ୍ୟ କନ୍ୟାର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ସଫିପୁର କୋତୱାଲିରେ ଯୌତୁକ ଆକ୍ଟରେ ଅଭିଯୋଗ କରି କନ୍ୟାର ମାଆ କାର୍ୟ୍ୟାନୁଷ୍ଠାନ ଦାବୀ କରିଛନ୍ତି, ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସଫିପୁର କୋତୱାଲି ଅଞ୍ଚଳର ଶେରପୁର ଖୁର୍ଦ ନିବାସୀ ଦୁଲାରା ତାଙ୍କ ଝିଅ ସରୋଜିନୀଙ୍କ ଲଖନଉ ବଂଦିଖେଡା ନିବାସୀ ସୁରେନ୍ଦ୍ରଙ୍କ ସହ ବିବାହ ସ୍ଥିର କରିଥିଲେ । କୁହାଯାଇଛି ଯେ, କାର୍ୟ୍ୟସୂଚୀ ଅନୁଯାୟୀ, ଜୁନ୍ ୧୭ ରେ ସୁରେନ୍ଦ୍ର ବରଯାତ୍ରୀ ସହ ପହଞ୍ଚିଥିଲେ ଏବଂ ସମସ୍ତ ରୀତିନୀତି ଉତ୍ସାହର ସହିତ ସମାପ୍ତ ହୋଇଥିଲା । ବିଳମ୍ବିତ ରାତିରେ ବର ଅତିରିକ୍ତ ୨ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ । ଏହା ପରେ ବିବାହ ଉତ୍ସବରେ ବିଭ୍ରାଟ ଆରମ୍ଭ ହୋଇଥିଲା । ଏଭଳି ଡିମାଂଡ଼ ଶୁଣି କନ୍ୟା ନିଆଁବାଣ ପାଲଟି ରୋକ୍‌ଠୋକ ବାହା ହେବାକୁ ମନା କରିଦେଇଥିବା ବେଳେ ବର ଶିଶୁପାଳ ହୋଇ ଫେରି ଯାଇଥିବା କୁହାଯାଇଛି ।

pp
Leave A Reply

Your email address will not be published.

5 × 2 =