ଫ୍ରାନ୍ସର ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ : ମହିଳାଙ୍କୁ ଛୁରୀରେ ଗଳା କାଟି ହତ୍ୟା, ୩ ମୃତ

ନିସ୍‌ : ଫ୍ରାନ୍ସର ନିସ ସହରରେ ଅବସ୍ଥିତ ଏକ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି । ଖବର ଅନୁଯାୟୀ, ଏହି ଆକ୍ରମଣରେ ସମୁଦାୟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଚୁହାଯାଇଛି । ଆତଙ୍କବାଦୀ ଜଣେ ମହିଳାଙ୍କ ଗଳା କାଟିବା ସହ ‘ଆଲ୍ଲାହୁ ଆକବର’ କହି ଅନ୍ୟ ୨ ଜଣଙ୍କ ଜୀବନ ନେଇଥିବା ସୂଚନାରେ ପ୍ରକାଶ । ଏହି ଭୟାନକ ଘଟଣାରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ନିସ୍‌ର ମେୟର ଖ୍ରୀ‌ଷ୍ଟିଆନ୍‌ ଇସ୍ତୋର୍ସି ଏହାକୁ ଆତଙ୍କବାଦୀ ଘଟଣା ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି । ଖବରରେ କୁହାଯାଇଛି ଯେ, ଏହି ଆକ୍ରମଣ ନିସ୍‌ର ନୋଟ୍‌ରେ ଡେମ୍ ଚର୍ଚ୍ଚରେ ହୋଇଛି । ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି । କୁହାଯାଉଛି ଯେ, ଆକ୍ରମଣକାରୀ ଛୁରୀ ସାହାଯ୍ୟରେ ଲୋକଙ୍କୁ ଆକ୍ରମଣ କରୁଥିବା ବେଳେ ‘ଆଲ୍ଲାହୁ ଆକବର’ର ସ୍ଲୋଗାନ ଦେଉଥିଲେ । ଏଥିସହ ପୋଲିସ ସୂତ୍ରରୁ ପ୍ରକାଶ ଯେ ଆକ୍ରମଣକାରୀମାନେ ଜଣେ ମହିଳାଙ୍କ ଗଳା କାଟି ଦେଇଛନ୍ତି । ଜଣେ ଫ୍ରାନ୍ସର ନେତା ମଧ୍ୟ ମହିଳାଙ୍କ ଗଳା କାଟିଥିବା ନିଶ୍ଚିତ କରିଛନ୍ତି ।

Leave A Reply

Your email address will not be published.