ସିଆରପିଏଫ୍‌ ୨୨୩ ବାଟାଲିୟନ ତରଫରୁ ସହୀଦ ପଦ୍ମଲୋଚନ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଖଲିଆପାଲି ପଞ୍ଚାୟତ ସିମେଣ୍ଟ ନଗରରେ ରହୁଥିବା ସହୀଦ ପଦ୍ମଲୋଚନ ମାଝୀଙ୍କ ଘରକୁ ୨୨୩ ବାଟାଲିୟନର କମାଣ୍ଡେଣ୍ଟ ଭାସ୍କର ଆନନ୍ଦ ଆସି ସହୀଦ ପଦ୍ମଲୋଚନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପର୍ଣ କରିଥିଲେ ଓ ସହୀଦ ପଦ୍ମଲୋଚନଙ୍କ ମା’ ଶର୍ମିଳା ମାଝୀଙ୍କୁ ଉତ୍ତରୀୟ ଦେଇ ପ୍ରଣାମ କରିଥିଲେ । ପ୍ରକାଶ ଥାଉ ଯେ, ସହୀଦ ପଦ୍ମଲୋଚନ ୨୦୦୧ ମସିହାରେ ସିଆରପିଏଫରେ ଯୋଗ ଦେଇଥିଲେ ଓ ୨୦୧୪ରେ ଛତିଶଗଡ଼ ସୀମାନ୍ତ ସୁକୁମା ଠାରେ ମାଓବାଦୀଙ୍କ ଆମ୍ବୁସ ଫାୟାର୍‌ର ଶିକାର ହୋଇ ସହୀଦ ହୋଇଯାଇଥିଲେ । ସେ ସମୟରେ ସୁକୁମାରେ ସିଆରପିଏଫ୍‌ର ୧୪ ଜଣ ଯବାନ ସହୀଦ ହୋଇଥିଲେ । ଓଡ଼ିଶାରୁ କେବଳ ପଦ୍ମଲୋଚନ ମାଝୀ ସହୀଦ ହୋଇଥିଲେ । ପ୍ରତ୍ୟକ ବର୍ଷ ସିଆରପିଏଫ ତରଫରୁ ଅକ୍ଟବର ୨୧ ତାରିଖ ପୋଲିସ ସହୀଦ ଦିବସରେ ଆସି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ପରିବାର ସହିତ କିଛି ସମୟ ଅତିବାହିତ କରି ଯାଇଥାନ୍ତି ।

Leave A Reply

Your email address will not be published.