ସଟ୍ଟା ଚଢ଼ାଉ, ୨ ଗିରଫ

ଦେଓଗାଁ, (ମନିଷ କୁମାର ସାହୁ) : ଟଙ୍କାକରେ ଅଶୀ ଟଙ୍କାର ମୋହରେ ପଡ଼ି ଲୋକେ ସଟ୍ଟା ଖେଳୁଛନ୍ତି । ପିଲା, ବୁଢା, ଟୋକା, ସ୍କୁଲ କଲେଜ ଛାତ୍ର, ମହିଳା ଅନେକେ ଏହି ବେଆଇନ ସଟ୍ଟା ଖେଳର ମୋହରେ ପଡିଥିବା ଦେଖିବୁାକୁ ମିଳୁଛି । ଦିନ ସାରା ବିଭିନ୍ନ ପଡ଼ାରେ ସଟ୍ଟା ପଟି ଲେଖାଯିବା ସହ ଓପନ, କ୍ଲୋଜ, ଯୋଡି ଆଦିର ଖେଳ ଜମୁଛି । ଦୀର୍ଘ ଦିନ ଧରି ଦେଓଗାଁ ଥାନା ଅଞ୍ଚଳରେ ଚାଲିଥିବା ଜୁଆ ଖେଳ ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡ଼ିଛି ପୁଲିସ । ଜୁଆ ଖେଳାଉ ଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଛି ପୁଲିସ । ସଟ୍ଟା ଲେଖୁଥିବା ଏଜେଣ୍ଟ ଗାଇବାହଲ ଗାଁର ସତ୍ୟପ୍ରିୟ ଷଡ଼ଙ୍ଗୀ ଓ କୁତୁର୍ଲା ପର୍ଶୁପାଲିର ସନ୍ତୋଷ ଚନ୍ଦନ (ନନ୍ଦଲାଲ)କୁ ଗିରଫ କରିଛି ପୁଲିସ । ଏନେଇ ପୁଲିସ ମାମଲା ରୁଜୁ କରିଛି । ଉଭୟ ଏଜେଣ୍ଟଙ୍କ ଠାରୁ ୨୭ ଶହ ଟଙ୍କା ଜବତ କରିଥିବା ଦେଓଗାଁ ଓଆଇସି ରଞ୍ଜନ ବରିହା କହିଛନ୍ତି ।

Leave A Reply

Your email address will not be published.