csstore

ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମାଙ୍କର ଦେହାନ୍ତ

ନୂଆଦିଲ୍ଲୀ : ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମାଙ୍କର ଦେହାନ୍ତ ହୋଇଛି। ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଆଶାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା। ଅଭିନେତ୍ରୀ ଆଶା ଟେଲିଭିଜନ ଦୁନିଆର ଏକ ଜଣାଶୁଣା ନାମ । ଆଶା ଶର୍ମା ୮୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଶାଙ୍କ ମୃତ୍ୟୁ ଟେଲିଭିଜନ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କଳାକାରମାନେ ପ୍ରତିକ୍ରିୟା ଦେଇ କହିଛନ୍ତି। ଅଭିନେତ୍ରୀ ଆଶା ଅନେକ ବର୍ଷ ଧରି ଚଳଚ୍ଚିତ୍ର ଏବଂ ଟେଲିଭିଜନ ସୋ’ ମାଧ୍ୟମରେ ଲୋକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ଏକ ସ୍ଥାନ ସୃଷ୍ଟି କରିଥିଲେ । ଜଣେ ମା’ ଏବଂ ଜେଜେମା ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ବେଶ ମନୋରଞ୍ଜନ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସ୍ୱର୍ଗତ ଅଭିନେତ୍ରୀ ଆଶା ଶର୍ମା ଚାରି ଦଶନ୍ଧି ମଧ୍ୟରେ ଅର୍ଥାତ ନିଜ ଅଭିନୟ କ୍ୟାରିୟରରେ ପ୍ରାୟ ୩୫ଟି ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ କାମ କରିଛନ୍ତି।

jayashree
Leave A Reply

Your email address will not be published.