csstore

ପାଇକମାଲ ହାଇସ୍କୁଲରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଅଡିଟୋରିଅମ୍‌ରେ ପାଇକମାଲ ବ୍ଲକର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ୍ ପ୍ରତିଯୋଗିତା ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଡିଇଓ ରାଧାକାନ୍ତ ଛତ୍ରୀ କାର୍ଯ୍ୟକ୍ରମକୁ ଉସ୍‌ଘାଟିତ କରି ଯୁଗୋପଯୋଗୀ ହେବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରର ୨୪୯ ଜଣ ଛାତ୍ରଛାତ୍ରୀ ଯୋଗଦନ କରିଥିଲେ। ସମରୋପ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ବିଇଓ ଜନକ ଲାଲ ମେହେର ଯୋଗଦାନ କରି ସବ ଜୁନିଅର ଗ୍ରୁପର ଲିପସିତ ପଟେଲ, ଜ୍ୟୋଟିଷ୍କା ବାଗ, ବିଜୟ କୁମାର ତ୍ରିପାଠୀ, ଜୁନିଅର ଗ୍ରୁପର ଦେବ ପ୍ରଧାନ, ଶିବମ ପ୍ରଧାନ, ପ୍ରୟାସ ଜଗତ, ସିନିୟର୍ ଗ୍ରୁପର ତେଜସମୟୀ ପ୍ରଧାନ, ବର୍ଷାରାଣୀ ପ୍ରଧାନ, ହେପି ଜାଲଙ୍କୁ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ।ଦ୍ଵାଦଶ କୁମାର ପ୍ରଧାନ, ରାଧେଶ୍ୟାମ ମେହେର, ଉମେଶ ଚନ୍ଦ୍ର ପଣ୍ଡା ଜ୍ୟୋତିର୍ମୟୀ ପଟ୍ଟନାୟକ ମଞ୍ଚାସୀନ ଥିଲେ। ଏ ବିଇଓ ଧଲେନ୍ଦ୍ର ବାରିକ ଧନ୍ୟବାଦ୍ ଅର୍ପଣ ଓ ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା କରିଥିଲେ।

jayashree
Leave A Reply

Your email address will not be published.