ଚୀନ୍‌କୁ ଆମେରିକାର ବଡ଼ ଝଟ୍‌କା : ଭାରତ ପରେ ଆମେରିକାରେ ଏବେ ଚୀନ୍‌ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ : ଚୀନ୍‌କୁ ଆମେରିକା ପକ୍ଷରୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି । ଭାରତ ପରେ ଆମେରିକାରେ ଏବେ ଚୀନ୍‌ ଆପ୍‌ ବ୍ୟାନ୍‌ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଚୀନ୍‌ ଆପ୍‌ ଟିକ୍‌ଟକ୍‌ ଓ ୱା-ଟାଚ୍‌ ଆପ୍‌କୁ ବ୍ୟାନ୍‌ କରିଛନ୍ତି ଟ୍ରମ୍ପ ସରକାର । ତେବେ ଆମେରିକା ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଆମେରିକୀୟ ତଥ୍ୟ ଚୋରୀ କରି ଚୀନ୍‌କୁ ଦେଉଛି ଏସବୁ ଆପ୍‌ । ତେବେ ଆମେରିକା ବାଣିଜ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି, ଚୀନ୍‌ ଆପ୍‌ ଡାଉନ୍‌ଲୋଡ଼୍‌ କରିବା ପାଇଁ ଆମେରିକାବାସୀଙ୍କୁ ରୋକ୍‌ ଲଗାଯିବ । ଆଗାମୀ ୪୮ ଘଂଟା ଭିତରେ ସଂପୃକ୍ତ ଦୁଇଟି ଯାକ ମେସେଜିଂ ଏବଂ ଭିଡ଼ିଓ ସେଆରିଂ ଆପ୍‌ କୌଣସି ବି ପ୍ଲେ-ଷ୍ଟୋର୍‌ରୁ ଡାଉନ୍‌ଲୋଡ଼୍‌ ହେବନାହିଁ ।

Leave A Reply

Your email address will not be published.