ଆଜି ପୁଣି ଓଡ଼ିଶାରୁ ୪୨୦୯ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୁଣି ଓଡ଼ିଶାରୁ ୪୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪୪୧ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୭୬୮ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୯, ବାଲେଶ୍ୱରରୁ ୧୮୩, ବରଗଡ଼ରୁ ୧୧୬, ଭଦ୍ରକରୁ ୪୩, ବଲାଙ୍ଗିରରୁ ୭୮, ବୌଦ୍ଧରୁ ୫୫, କଟକରୁ ୪୯୧, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୮୦, ଗଜପତିରୁ ୪୩, ଗଂଜାମରୁ ୬୫, ଜଗତସିଂହପୁରରୁ ୧୪୬, ଯାଜପୁରରୁ ୧୭୬, ଝାରସୁଗୁଡ଼ାରୁ ୮୦, କଳାହାଣ୍ଡିରୁ ୯୦, କନ୍ଧମାଳରୁ ୧୦୨, କେନ୍ଦ୍ରାପଡ଼ାରୁ ୧୨୩, କେଉଁଝରରୁ ୭୨, ଖୋର୍ଦ୍ଧାରୁ ୬୬୩, କୋରାପୁଟରୁ ୧୧୪, ମାଲକାନଗିରିରୁ ୬୩, ମୟୁରଭଂଜରୁ ୧୦୭, ନବରଙ୍ଗପୁରରୁ ୧୦୨, ନୟାଗଡ଼ରୁ ୪୭, ନୂଆପଡ଼ାରୁ ୫୨, ପୁରୀରୁ ୩୨୬, ରାୟଗଡ଼ାରୁ ୯୨, ସମ୍ବଲପୁରରୁ ୧୫୪, ସୋନପୁରରୁ ୮୩, ସୁନ୍ଦରଗଡ଼ରୁ ୧୨୧ ଏବଂ ଷ୍ଟେଟ୍‌ ପୁଲ୍‌ ୨୧୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜି ଯାଏଁ ୧୭୫୫୫୦ ଜଣ ସମୁଦାୟ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୭୫୬୭ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.