ରାଜ୍ୟର ବନ୍ୟା ଏବଂ ପ୍ରବଳ ବର୍ଷା ଜନିତ ପରିସ୍ଥିତି ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ, (ପିଆଇବି) : ରାଜ୍ୟର କେତେକ ଅଞ୍ଚଳରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରିଛନ୍ତି ।
“ରାଜ୍ୟର କେତେକ ସ୍ଥାନରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜୀଙ୍କ ସହ କଥା ହୋଇଛି । ପ୍ରଭାବିତ ଭଉଣୀ ଏବଂ ଭାଇମାନଙ୍କ ସହ ମୋର ସମବେଦନା ଏବଂ ପ୍ରାର୍ଥନା ରହିଛି । ସମ୍ପ୍ରତି ଜାରି ରହିଥିବା ଉଦ୍ଧାର ଓ ରିଲିଫ କାର୍ୟ୍ୟରେ କେନ୍ଦ୍ରର ପୂର୍ଣ୍ଣ ସମର୍ଥନ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.