ରାଜ୍ୟରେ କମୁଛି ଏକ୍‌ଟିଭ୍‌ ଆକ୍ରାନ୍ତ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୨୧୯୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଥିବା ବେଳେ ଏବେ ୨୩୭୮୬ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ରହିଛନ୍ତି । ଗତ ୨୪ ଘଂଟାରେ ଓଡ଼ିଶାରେ ୨୧୯୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୨୭୪ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୯୨୨ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୦୪, ବରଗଡ଼ରୁ ୮୦, ଭଦ୍ରକରୁ ୧୬, ବଲାଙ୍ଗିରରୁ ୭୧, ବୌଦ୍ଧରୁ ୩୨, କଟକରୁ ୧୭୫, ଢେଙ୍କାନାଳରୁ ୩୩, ଗଜପତିରୁ ୭, ଗଂଜାମରୁ ୧୩, ଜଗତସିଂହପୁରରୁ ୮୬, ଯାଜପୁରରୁ ୧୧୩, ଝାରସୁଗୁଡ଼ାରୁ ୭୧, କଳାହାଣ୍ଡିରୁ ୯୪, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୮୨, କେଉଁଝରରୁ ୬୭, ଖୋର୍ଦ୍ଧାରୁ ୨୫୯, କୋରାପୁଟରୁ ୨୯, ମାଲକାନଗିରିରୁ ୩୮, ମୟୁରଭଂଜରୁ ୧୧୯, ନବରଙ୍ଗପୁରରୁ ୫୦, ନୟାଗଡ଼ରୁ ୨୦, ନୂଆପଡ଼ାରୁ ୧୦୮, ପୁରୀରୁ ୭୭, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୩୭, ସୋନପୁରରୁ ୭୦, ସୁନ୍ଦରଗଡ଼ରୁ ୧୪୦, ଷ୍ଟେଟ୍‌ ପୁଲ୍‌ ୫୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ସମୁଦାୟ ୨୬୬୩୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୧୩୮୫ ଜଣ ସୁସ୍ଥ ହୋଇଥିବା ମିଳିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.