pakka

କୃଷକ ଆନ୍ଦୋଳନ : ଆଜି ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଏକାଦଶ ରାଉଣ୍ଡ ଆଲୋଚନା

bbehera

ନୂଆଦି‌ଲ୍ଲୀ : ସରକାର ଏବଂ କୃଷକ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ଏକାଦଶ ରାଉଣ୍ଡ ଆଲୋଚନା ଶୁକ୍ରବାର ଦିନ ଦିଲ୍ଲୀର ଭିଗାନ୍ ଭବନରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଦଶମ ରାଉଣ୍ଡ ଆଲୋଚନାରେ ସରକାର ପ୍ରସ୍ତାବ ଦେଇଥିଲେ ଯେ, ଯଦି କୃଷକମାନେ ଏହି ପ୍ରତିବାଦ ପ୍ରତ୍ୟାହାର କରନ୍ତି, ତେବେ ସେମାନେ ୧୮ ମାସ ପାଇଁ କୃଷି ଆଇନ ସ୍ଥଗିତ ରଖିବେ । ୟୁନାଇଟେଡ୍ ଫାର୍ମସ୍‌ ଫ୍ରଣ୍ଟ ଗୁରୁବାର ସନ୍ଧ୍ୟାରେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ, ସେମାନେ କୃଷି ଆଇନ ପ୍ରତ୍ୟାହାର ବିନା ଅନ୍ୟ କିଛି ଗ୍ରହଣ କରିବେ ନାହିଁ ।

କୃଷକ ନେତା ଯୋଗୀନ୍ଦର ସିଂ ଉଗ୍‌ରାହାନ୍‌ କହିଛନ୍ତି ଯେ, ପରବର୍ତ୍ତୀ ଆଲୋଚନାରେ ଆମେ ସରକାରଙ୍କୁ କହିବୁ ଯେ ଏହି ଆଇନଗୁଡ଼ିକୁ ଫେରାଇ ନେବେ, ଏମଏସପି ଉପରେ ଆଇନଗତ ଅଧିକାର ଗ୍ରହଣ କରିବା ଆମର ଲକ୍ଷ୍ୟ । ସେ କହିଛନ୍ତି ଯେ, କୃଷକମାନେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହା ପରେ ଭାରତୀୟ କିସାନ ୟୁନିଅନର ଜଗଜିର ସିଂ ଡାଲେୱାଲ କହିଛନ୍ତି ଯେ ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଆମର ବାର୍ତ୍ତାଳାପ ଜାରି ରହିଛି ।

Leave A Reply

Your email address will not be published.

13 − six =