pakka

ପିପ୍ପଳ ଗଛରେ ରହୁଛନ୍ତି ୧୦୦ରୁ ଅଧିକ ଅଜଗର : ଲୋକେ ପୂଜା କରନ୍ତି

bbehera

ଜାଞ୍ଜଗିର : ଛତିଶଗଡ଼ର ଜାଞ୍ଜଗିର ଜିଲ୍ଲାରେ ଏଭଳି ଏକ ଗଛ ଅଛି, ଯାହା ଅଜଗରଙ୍କ ନିର୍ଭୟ ବାସସ୍ଥଳୀ ପାଲଟିଛି । ଏହି ଗଛରେ ୧୦୦ରୁ ଅଧିକ ଅଜଗର ରହୁଛନ୍ତି । ଜାଞ୍ଜଗିର ଚାମ୍ପା ସହର ଠାରୁ ୧୨ କି.ମି. ଦୂରବର୍ତ୍ତୀ ଭଡେସର ନାମକ ଏକ ଗାଁରେ ଏକ ପିପ୍ପଳ ଗଛରେ ଖୁବ୍‌ ଆରାମ୍‌ରେ ରୁହନ୍ତି ଅଜଗରମାନେ । ଏହି ପିପ୍ପଳ ଗଛ ଭଡେସର ଗାଁର ମହାତ୍ମାରାମ ପାଣ୍ଡେଙ୍କ ଘରେ ରହିଛି । ସେ ଏହି ଗଛରେ ୧୦୦ରୁ ଅଧିକ ଅଜଗର ପାଳିଥିବା ଜଣାପଡ଼ିଛି । ଏହି ପିପ୍ପଳ ଗଛ ୨୦୦ ବର୍ଷର ଗଛ ବୋଲି ଲୋକେ କହୁଥିବା ବେଳେ ପୁରୁଣା ଗଛ ହୋଇଥିବା ଯୋଗୁଁ ଗଛ ଭିତର ଫମ୍ପା ହୋଇ ଯାଇଥିବାରୁ ଅଜଗରମାନେ ଆରାମ୍‌ରେ ରୁହନ୍ତି । ଲୋକେ ଏହି ଗଛକୁ ପୂଜା କରୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.

14 − 7 =