ଆଇନାବନ୍ଧ ପାଣି ବିଷାକ୍ତ ନେଇ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଅଦାଲତରେ ମାମଲା ଦାଖଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳର ୧୦ନଂ ୱାର୍ଡରେ ରହିଛି ଆଇନାବନ୍ଧ । ଏହି ବନ୍ଧଟି ବହୁପୁରାତନ ଅଟେ । ଏଠାରେ ଥିବା ଆଖପାଖ ଅଞ୍ଚଳର ସ୍ଥାନୀୟ ବସ୍ତି ବାସିନ୍ଦା ଦୈନନ୍ଦିନ ୩ ହଜାର ଲୋକ ସ୍ନାନଶୌଚ ପାଇଁ ନିର୍ଭର କରି ଆସୁଅଛନ୍ତି । ବର୍ତ୍ତମାନ କିଛିଦିନ ହେଲା ବନ୍ଧର ପାଣି ବିଷାକ୍ତ ହୋଇଯାଇଥିାରୁ ପିଇବା ତ ଦୂରର କଥା ଗାଧୋଇବା ପାଇଁ ମଧ୍ୟ ଉପଯୁକ୍ତ ନୁହେଁ । ଏଠାରେ ଗାଧୋଇଲେ ଲୋକମାନେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଥବବା ଜଣାପଡ଼ିଛି । ବ୍ରହ୍ମପୁର ସହରର ପ୍ରାୟ ଶହେ ବର୍ଷର ପୁରୁଣା ଜଳଉତ୍ସ ଏହି ଆଇନାବନ୍ଧ । ବର୍ଷ ବର୍ଷ ଧରି ଏହି ବନ୍ଧ ଉପରେ ଆଖପାଖ ଅଞ୍ଚଳବାସୀ ନିର୍ଭର କରିଆସୁଥିବା ବେଳେ ବିଶେଷ କରି ବସ୍ତି ବାସିନ୍ଦା ଏହି ବନ୍ଧ ଉପରେ ଆଜି ବି ନିର୍ଭରଶୀଳ ଥିବା ଜଣାପଡ଼ିଛି । ଆଜି ଏହି ବନ୍ଧଟି ପରିଣତ ଓ ଆବର୍ଜନା ପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଏହାର ପାଣି ଏବେ ସ୍ନାନଶୌଚ ପାଇଁ ବି ଅନୁପଯୋଗୀ ହୋଇପଡିଛି । ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ବହୁବାର ମହାନଗର ନିଗମ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନ ନୀରବ ରହିଛି ବୋଲି ଅଭିଯୋଗ ହୋଇଛି । ଏଥିନେଇ ଆଇନଜୀବୀ ମନୋଜ ପଟ୍ଟନାୟକ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା ୧୩୩ ପ୍ରକାରେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ସ୍ତରୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ବ୍ରହ୍ମପୁର ମହାନଗର କମିଶନରଙ୍କୁ ପକ୍ଷ କରି ଏକ ମୋକଦ୍ଦମା ରୁଜୁ କରି ଯୁଦ୍ଧକାଳୀନ ଭିତିରେ ଆଇନବନ୍ଧ ପାଣି ସଫା କରିବା ଏବଂ ବନ୍ଧ ଚାରିପଟେ ଇଟାକାନ୍ଥ ଦ୍ୱାରା ପ୍ରାଚୀର ବନ୍ଧେଇବା ସହ ଆଇନାବନ୍ଧର ପୁନଃରୁଦ୍ଧାର କରିବା ନିମନ୍ତେ ପ୍ରଶାସନକୁ ନିର୍ଦ୍ଦେଶ କରିବାକୁ ଆଇନଜୀବି ଚାହିଁଛନ୍ତି ।

Leave A Reply

Your email address will not be published.

16 − nine =