pakka

ଅଜବ୍‌ ପ୍ରେମ : ପ୍ରେମିକାଙ୍କ ବାହା କରାଇଲେ ପ୍ରେମିକ

ବାଙ୍ଗାଲୁରୁ : ବାଙ୍ଗାଲୁରୁ ସହର ନିକଟସ୍ଥ ଏକ ଗାଁରେ ଏକ ଅଜବ୍‌ ପ୍ରେମ ଲୋକ ଲୋଚନକୁ ଆସିଛି । ଜଣେ ପ୍ରେମିକ ନିଜେ ପ୍ରେମିକାଙ୍କୁ ଅନ୍ୟ ଜଣଙ୍କ ସହ ବାହା କରାଇଛନ୍ତି । କୁହାଯାଇଛି ଯେ, ଦୀର୍ଘ ୪ ବର୍ଷର ଘନିଷ୍ଠ ପ୍ରେମ ପରେ ହଠାତ୍‌ ପ୍ରେମିକା ଦିନେ ପ୍ରେମିକ ସାମ୍ନାରେ କାନ୍ଦିବା ବେଳେ କାନ୍ଦିବାର କାରଣ ପଚାରିଛନ୍ତି ପ୍ରେମିକ । ପ୍ରେମିକା ଜଣକ ଆଖି ଲୁହ ଝରାଇ କହିଛନ୍ତି ଯେ, ଆମର ଯଦି ବାହାଘର ହୁଏ, ତେବେ ମୋ’ ବାପା ଦୁଃଖରେ ଭାଂଗିପଡ଼ିବେ । ହୁଏତ ଅନ୍ୟ କିଛି ଅଘଟଣ ମଧ୍ୟ ଘଟିପାରେ । କାରଣ ମୋ’ ବାପା ଜଣେ ହୃଦ୍‌ରୋଗୀ । ତାଙ୍କର ପ୍ରଥମ ହୃଦ୍‌ଘାତ ହୋଇସାରିଛି । ପରିବାର ଲୋକେ ତାଙ୍କ ବାହାଘର ଠିକ୍‌ କରି ସାରିଛନ୍ତି । ମୁଁ କ’ଣ କରିବି ମୋର ବୁଦ୍ଧି ଦିଶୁନାହିଁ । ପ୍ରେମିକ କିଛି ସମୟ ଚିନ୍ତା କରିବା ପରେ ପ୍ରେମିକାର ଆଖିରୁ ଝରୁଥିବା ଆଖି ଲୁହ ପୋଛି ଦେଇ କହିଲେ, ଓକେ… ଚିନ୍ତା କରନା । ଆମ ଭଲ ପାଇବା ଯେହେତୁ ପବିତ୍ର, ଏଥିରେ କୌଣସି କଳଙ୍କ କେବେ ବି ଲାଗି ପାରିବ ନାହିଁ । ତୁମେ ତୁମ ପରିବାରର ନିଷ୍ପତ୍ତି ଅନୁସାରେ ବାହାହୁଅ । ମୁଁ ବି ବାହାଘରେ ସାମିଲ୍‌ ହେବି ଓ ତୁମକୁ ବାହା କରେଇବି । କିଛି ଦିନ ପରେ ପ୍ରେମିକାଙ୍କ ବାହାଘର ହେଲା ଏବଂ ପ୍ରେମିକ ନିଜେ ସବୁ ପ୍ରକାର ସାହାଯ୍ୟ ସହଯୋଗ କରି ପ୍ରେମିକାଙ୍କ ବାହା କରାଇଛନ୍ତି ।

Leave A Reply

Your email address will not be published.

4 × 3 =