pakka

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ୩୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

bbehera

ସୋର : ବାଲେଶ୍ଵର ଜିଲ୍ଲା ସୋର ୧୬ ନମ୍ଵର ଜାତୀୟ ରାଜପଥ ପାଇକାଳି ନିକଟ ରିଲାଆନ୍ସ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରି ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଲୁଟ୍ ବେଳର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ସୋର ୧୬ ନମ୍ଵର ଜାତୀୟ ରାଜପଥ ପାଇକାଳି ନିକଟ ରିଲାଆନ୍ସ ପେଟ୍ରୋଲ ପମ୍ପକୁ ୩ ଜଣ ଯୁବକ ତେଲ ପକାଇବାକୁ ଆସିଥିଲେ । ତେଲ ପକାଇ ସାରିବା ପରେ ଟଙ୍କା ଚେଞ୍ଜ୍‌କୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଓ ୩ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ୩ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଅଫିସ୍ କାଚ ଭାଙ୍ଗି ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଲୁଟ୍ ବେଳର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଭିଡିଓ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

3 − two =