pakka

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

bbehera

ଉଦଳା : ଶରତ ଥାନା ଶ୍ରୀପଦମଞ୍ଜରୀ ଗ୍ରାମରେ ଯୁବକଙ୍କୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ଶ୍ରୀପତମଞ୍ଜରୀ ଗ୍ରାମର ଲେଣ୍ଡୁ ସିଂ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ନିକଟସ୍ଥ ହାଟକୁ ମାଂସ ବିକ୍ରି କରିବାକୁ ଯାଇ ଲେଣ୍ଡୁ ଆଉ ଘରକୁ ଫେରି ନଥିଲେ । ଆଜି ରାସ୍ତା ପାର୍ଶ୍ୱରୁ ମୃତଦେହ ମିଳିଥିଲା । ଖବରପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟାର କାରଣ ଜଣାପଡିନାହିିଁ ।

jay balangir
Leave A Reply

Your email address will not be published.

eight − two =