pakka

ଅଯୋଧ୍ୟାରେ ଲାଗିଲାଣି ସେଲିବ୍ରିଟିଙ୍କ ଭିଡ

bbehera

ମୁମ୍ଵାଇ : ଶେଷରେ ସେହି ଐତିହାସିକ ମୁହୂର୍ତ୍ତ ଆସିଛି । ଯେଉଁଥିପାଇଁ ସମଗ୍ର ଦେଶ ଅପେକ୍ଷା କରିଥିଲା । ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀ ଅର୍ଥାତ୍‌ ଆଜି ହେବାକୁ ଯାଉଛି । ସମୟ ଯେତିକି ପାଖେଇ ଆସୁଛି, ସେତିକି ସେତିକି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି । ଉତ୍କଣ୍ଠା ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ବହୁ ନାମୀଦାମୀ ସେଲିବ୍ରିଟିଙ୍କ ମଧ୍ୟରେ ରହିଛି । ଆଉ ଏଥିପାଇଁ କିଏ ଅଯୋଧ୍ୟାରେ ପହଞ୍ଚି ସାରିଲେଣି ତ ଆଉ କିଏ ଅଯୋଧ୍ୟା ଅଭିମୁଖେ ଯାଉଛନ୍ତି । ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ହନୁମାନ ଗଡିରେ ପହଞ୍ଚି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ଏମିତିକି ସେ ହନୁମାନଗଡିରେ ସଫେଇ କାର୍ଯ୍ୟକ୍ରମ ବି କରିଛନ୍ତି । ଏପଟେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ମଧ୍ୟ ଲକ୍ଷ୍ଣୋ ଏୟାରପୋର୍ଟରେ ପହଞ୍ଚି ସାରିଛନ୍ତି । ରବିବାର ସକାଳେ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ୱାମୀ ଶ୍ରୀ ରାମ ମାଧବ ନୈନେ ଅଯୋଧ୍ୟା ଯିବା ପୂର୍ବରୁ ବିମାନବନ୍ଦରରେ ନଜର ଆସିଥିଲେ । ଏହି ସମୟରେ ହଳଦିଆ ରଙ୍ଗର ଶାଢୀ ପିନ୍ଧି ମାଧୁରୀ ବହୁତ ସୁନ୍ଦର ଦେଖାଯାଉଥିଲେ । ତାଙ୍କ ସ୍ୱାମୀ ସୁଟରେ ଏକାଠି ନଜର ଆସିଥିଲେ । ସେହିପରି କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ମଧ୍ୟ ଅଯୋଧ୍ୟା ଅଭିମୁଖେ ଯାଉଥିବାର ନଜର ଆସିଥିଲେ । ଉଭୟଙ୍କୁ ମୁମ୍ବାଇର ଘରୋଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ଦୁହେଁ ଟ୍ରାଡିସନାଲ ଲୁକ୍‌ରେ ଥିଲେ । କ୍ୟାଟ୍‌ ମଧ୍ୟ ହଳଦିଆ ରଙ୍ଗର ସୁନ୍ଦର ଶାଢୀ ପିନ୍ଧିଥିଲେ । ତାଙ୍କ ମଥା ଲାଲ୍‌ ବିନ୍ଦି, କାନଫୁଲରେ ବହୁତ ସୁନ୍ଦର ଦେଖାଯାଉଥିଲେ । ବିକି ଧଳା ରଙ୍ଗର କୁର୍ତ୍ତା-ପାଇଜାମାରେ ନଜର ଆସିଥିଲେ । ବିମାନବନ୍ଦରରେ ବଲିଉଡର ପାୱାର ପ୍ୟାକ୍ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତାଙ୍କ ସହ ରୋହିତ ଶେଟ୍ଟୀ ମଧ୍ୟ ଥିଲେ । ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ଜ୍ୟାକି ଶ୍ରଫ ମୁମ୍ବାଇ ବିମାନବନ୍ଦରରେ ଏକ ପ୍ଲାଣ୍ଟ ନେଇଥିବାର ନଜର ଆସିଥିଲେ । ଏହି ସମୟରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଧଳା କୁର୍ତ୍ତା ପାଇଜାମା ପିନ୍ଧି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥିଲେ । ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ ତାଙ୍କ ସହ ଥିଲେ । ବିମାନବନ୍ଦରରେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ତାରାମାନେ ଅଯୋଧ୍ୟାରେ ମଧ୍ୟ ପହଞ୍ଚିପାରନ୍ତି । ସେହିପରି ତାମିଲ ସୁପରଷ୍ଟାର ରଜନୀକାନ୍ତ ସହ ତାଙ୍କ ପତ୍ନୀ ମଧ୍ୟ ଅଯୋଧ୍ୟ ଅଭିମୁଖେ ବାହାରିଛନ୍ତି । ଏମାନଙ୍କ ସହ ଅଛନ୍ତି ଅଭିନେତା ଧନୁଷ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଚେନ୍ନାଇ ଛାଡିଛନ୍ତି ଅଭିନେତା । ବର୍ଷିୟାନ ଅଭିନେତା ଅନୁପମ ଖେର ଅଯୋଧ୍ୟା ପାଇଁ ମଧ୍ୟ ମୁମ୍ବାଇ ଛାଡିଛନ୍ତି । ତାଙ୍କ ବ୍ୟତୀତ ବିବେକ୍‌ ଓବରୋଇ, ମଧୁର ଭଣ୍ଡାରକରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

jay balangir
Leave A Reply

Your email address will not be published.

13 − eight =