ସ୍ଵାତୀ ପକ୍ଷରୁ ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ ଗୃହଠାରେ ସ୍ଵ।ତୀ ଅନୁଷ୍ଠାନ ପକ୍ଷରୁ ଓ ୟୁଏସ୍ କନସୁଲେଟ ଜେନେରାଲ ହାଇଦ୍ରାବାଦ ସହାୟତାରେ ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନ ସଭାରେ ଅତିରିକ୍ତ ପ୍ରକଳ୍ପ ଅଧିକାରୀ (ପ୍ରଶାସନ) ଜିଲ୍ଲା ପରିଷଦର ତରଣୀ ସୁନା ଅଂଶଗ୍ରହଣ କରି କିପରି ଏହି କାର୍ଯ୍ୟକ୍ରମଟି ସଫଳ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଅଙ୍ଗନୱାଡି କର୍ମୀ, ସୁପରଭାଇଜର୍, ଆଶା, ୱାନ ଟପ୍ ସେଣ୍ଟର୍, ଛତ୍ରଛାତ୍ରୀ, ଗୋଷ୍ଟୀ ସମ୍ବଳ ଅଧିକାରୀ, ମହାସଂଘ, ସ୍ୱଧ।ର ଗୃହ, ବେଙ୍କ ମିତ୍ର, ଏମ୍‌ବିକେ, ଶିକ୍ଷକ, ସରପଞ୍ଚ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ତାଲିମଦାତ୍ରୀ ଭାବରେ ସାଧନା ଫାଉଣ୍ଡେସନ୍‌ର ସମ୍ପାଦିକା ଶ୍ରୀମତୀ ସୁଜାତା ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟରତ ଅଧିକାରୀ ଶ୍ରୀମତୀ ପୂଜାଫୁଲ ପଟ୍ଟନାୟକ ମହିଳାମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଯେପରିକି ସାମ୍ବିଧାନିକ ଅଧିକାର, କନ୍ୟା ଭୃଣ ହତ୍ୟା, ପୋସ୍କୋ ଆଇନ, ବାଲ୍ୟ ବିଭାହ ପ୍ରତିରୋଧ ଆଇନ, ଯୌତୁକ ନିରୋଧ ଆଇନ, ଘରୋଇ ହିଂସା ପ୍ରତିରୋଧ ଆଇନ, କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ପ୍ରତିରୋଧ ଆଇନ ଓ ବିଭିନ୍ନ ଯୋଜନା ଯଥା ଆନୁଷ୍ଠାନିକ ବ୍ୟବସ୍ଥା ଆଦି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମର ଉଦ୍‌ଯାପନୀ ସଭାରେ ପ୍ରୋଗ୍ରାମ ମ୍ୟାନେଜର ଅଭିଜିତ ପଣ୍ଡା, ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୁମନ ଦ୍ୱିବେଦୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ସିଂ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ ଓ ଏହି ଅଭିଯାନକୁ ଭୂୟସୀ ପ୍ରଶଂସା କରିଥିଲେ । ତା’ସହିତ ଅଂଶଗ୍ରହଂଣକାରୀଙ୍କୁ ଏହି କାର୍ଯ୍ୟକ୍ରମ କିପରି ସଫଳ ହୋଇପରିବ ତାହା ଉପରେ ମଧ୍ୟ ଆଲୋକପାତ କରିଥିଲେ । ପରିଶେଷରେ ଅଂଶଗ୍ରହଣକାରୀମାନଙ୍କୁ ସାର୍ଟିଫିକେଟ ଓ ସହାୟକ ପୁସ୍ତିକା ପ୍ରଦାନ କରାଯାଇ ଦୁଇ ଦିନର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.

three + four =

error: Content is protected !!