pakka

ବର୍ଦ୍ଧିତ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ ଫଳପ୍ରଦ ଅମୃତଭଣ୍ଡା

ୟୁରିକ୍ ଏସିଡ୍ ବୃଦ୍ଧି ଶରୀରର ମାଂସପେଶୀରେ ପ୍ରଦାହ ସୃଷ୍ଟି କରେ । ଏହା ସହିତ ଏଥିଯୋଗୁଁ ଶରୀରର ଅନେକ ଅଙ୍ଗରେ ମଧ୍ୟ ଯନ୍ତ୍ରଣା ହୁଏ । ଏହି ଯନ୍ତ୍ରଣା ଶରୀରର ଅନେକ ସ୍ଥାନରେ ଦେଖାଯାଏ । ଯେତେବେଳେ ଏହି ସମସ୍ୟା ବଢେ଼, ଲୋକମାନେ ଆର୍ଥ୍ରାଇଟିସ୍ ବ୍ୟତୀତ ଅନ୍ୟାନ୍ୟ ଅନେକ ରୋଗର ଶିକାର ହୁଅନ୍ତି ।

କିଛି ଖାଇବାବେଳେ ୟୁରିକ୍ ଏସିଡ୍ ସୃଷ୍ଟି ହୁଏ । କିଡନୀ ୟୁରିକ୍ ଏସିଡ୍ ଫିଲ୍ଟର୍ କରି ଶରୀରରୁ ବାହାର କରିଥାଏ । କିନ୍ତୁ ଯେତେବେଳେ କିଡନୀ ୟୁରିକ୍ ଏସିଡ୍ ଫିଲ୍ଟର୍ କରିବାରେ ଅସମର୍ଥ ହୁଏ, ସେତେବେଳେ ଆଣ୍ଠୁରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହୁଏ । ପାଦରେ ଫୁଲା, ସୁଗର ଲେବେଲ୍‌ ବଢ଼ିବା ଏବଂ କିଡନୀରେ ପଥୁରୀ ହେବା ସହିତ କିଡନୀ ଫେଲ୍‌ ହେବାର ଆଶଙ୍କା ବଢ଼ିଯାଏ ।

ଏକ ଅନୁସନ୍ଧାନ ଅନୁଯାୟୀ, ୟୁରିକ୍ ଏସିଡ୍ ବୃଦ୍ଧି ଜୀବନକୁ ପ୍ରାୟ ୧୧ ବର୍ଷ ହ୍ରାସ କରିଥାଏ ଏବଂ କିଡନୀ ସହିତ ହାର୍ଟରେ ଅସୁବିଧା, ମଧୁମେହ, ଷ୍ଟ୍ରୋକ୍ ହେବାର ଆଶଙ୍କା ମଧ୍ୟ ବହୁଗୁଣିତ ହୋଇଥାଏ । ସେଥିପାଇଁ ଏହାକୁ ଠିକ୍ ସମୟରେ ନିୟନ୍ତ୍ରଣ କରିବା ଆବଶ୍ୟକ । କଞ୍ଚା ଅମୃତଭଣ୍ଡା ୟୁରିକ୍ ଏସିଡ୍ ନିୟନ୍ତ୍ରଣ କ୍ଷେତ୍ରରେ କେତେ ଫଳପ୍ରଦ, ଆସନ୍ତୁ ଜାଣିବା ।

ୟୁରିକ୍ ଏସିଡ୍ ରୋଗୀଙ୍କ ପାଇଁ ଅମୃତଭଣ୍ଡା ବହୁତ ଉପାଦେୟ । କାରଣ ଏଥିରେ ‘ପେପେନ୍’ ନାମକ ଏକ ପ୍ରୋଟୋଲାଇଟିକ୍ ଏନଜାଇମ୍ ଥାଏ ଯାହା ଏକ ପ୍ରାକୃତିକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଅଟେ । ଏହା ଶରୀରକୁ କ୍ଷାରୀୟ ଅବସ୍ଥାରେ ରଖିବାରେ ସାହାଯ୍ୟ କରିଥାଏ ଏବଂ ରକ୍ତରେ ୟୁରିକ୍ ଏସିଡ୍ ସୃଷ୍ଟିକୁ ରୋକିବାରେ ସାହାଯ୍ୟ କରିଥାଏ । ଏହା ସହିତ ଏହା ପ୍ରୋଟିନ୍ ହଜମ କରିବାରେ ସାହାଯ୍ୟ କରେ ।

ୟୁରିକ୍ ଏସିଡ୍ ସମସ୍ୟା ପାଇଁ ଏମିତି କରନ୍ତୁ । ଏକ କଞ୍ଚା ଅମୃତଭଣ୍ଡା ନିଅନ୍ତୁ ଓ ଏହାର ମଞ୍ଜି ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହା ପରେ ଏହାକୁ ୨ ଲିଟର ପାଣିରେ ୫-୭ ମିନିଟ୍ ପାଇଁ କମ୍ ନିଆଁରେ ଫୁଟାନ୍ତୁ ଜ୍ଝ ଏହାକୁ ଥଣ୍ଡା କରିବା ପରେ ଫିଲ୍ଟର୍ କରନ୍ତୁ ଏବଂ ତା’ପରେ ଦିନକୁ ୨ ରୁ ୩ ଥର ପିଅନ୍ତୁ । ଦେଖିବେ, ଏଥିରୁ ବେଶ୍‌ ଲାଭ ମିଳିବ ।

Leave A Reply

Your email address will not be published.

two × 2 =