pakka

ୟୁପିର ବାରବାଙ୍କି ଠାରେ ଟ୍ରକ-ବସ୍ ଧକ୍କାରେ ୧୩ ଜଣଙ୍କ ମୃତ୍ୟୁ, ୩୦ ରୁ ଅଧିକ ଆହତ

kalikesh

ବାରବାଙ୍କି (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବାରବାଙ୍କିରୁ ଏକ ବଡ଼ ସଡ଼କ ଦୁର୍ଘଟଣାର ଖବର ଆସିଛି । ଗୁରୁବାର ସକାଳେ ଏଠାରେ ଥିବା ଏକ ଓଭର ରିଙ୍ଗ ରୋଡରେ ଏକ ଟ୍ରକ ଏବଂ ଏକ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି।

ପୋଲିସ ଅଧିକ୍ଷକ ଯମୁନା ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ୟ୍ୟ ଜାରି ରଖିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଉଭୟ ଯାନ ମୁହାଁମୁହିଁ ଧକ୍କା ହୋଇଥିଲେ । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ରାସ୍ତାରେ ଉପରେ ଏକ ଗାଈ ଥିଲା ଏବଂ ତାକୁ ବଂଚାଇଇବାକୁ ଚେଷ୍ଟା କରୁଥିବା ବେଳେ ଉଭୟ ଗାଡି ଧକ୍କା ହୋଇଥିଲା ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧନ ଜୀବନ ନଷ୍ଟ ହୋଇଥିବାରୁ ଦୁଃଖ ପ୍ରକାଶ କରିବା ସହ ପୀଡିତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

pp
Leave A Reply

Your email address will not be published.

5 × 4 =