ଏହି ପାଞ୍ଚଟି ଭୁଲ୍‌ ବ୍ଲଡ ସୁଗାର୍‌ ବଢ଼ାଇଥାଏ, ଜାଣ‌ନ୍ତୁ ସେଇ ଭୁଲ୍‌

ଶୃଂଖଳାବିହୀନ ଜୀବନ ଶୈଳୀ ଏବଂ ଅନିୟମିତ ଖାଦ୍ୟ ପାନୀୟ ହେତୁ ଆଜିକାଲି ଲୋକେ ଅଧିକରୁ ଅଧିକ ମଧୁମେହ ରୋଗର ଶିକାର ହେଉଛନ୍ତି । ଏପରି ପରିସ୍ଥିତିରେ ବ୍ଲଡ ସୁଗାର୍‌ ରୋଗୀମାନଙ୍କୁ ନିଜ ପାଇଁ ବିଶେଷ ଯତ୍ନ ନେବାକୁ ପଡ଼ିବ । କାଁ ଭାଁ କରାଯାଇଥିବା ଟିକିଏ ଅବହେଳା ମଧ୍ୟ ଅନେକ ପ୍ରମୁଖ ରୋଗର କାରଣ ହୋଇପାରେ । ମଧୁମେହ ରୋଗୀଙ୍କୁ ଜୀବନ ଶୈଳୀ ସହିତ ସେମାନଙ୍କ ଖାଦ୍ୟ ପରିବର୍ତ୍ତନ କରିବାକୁ ପଡିବ । ୫ ଟି ଭୁଲ ବିଷୟରେ ଜାଣନ୍ତୁ, ଯାହା ବ୍ଲଡ ସୁଗାର୍‌ ରୋଗୀ ଆଦୌ କରିବା ଉଚିତ୍ ନୁହେଁ ।

୧. ଦିନସାରା ଶକ୍ତିରେ ପରିପୂର୍ଣ୍ଣ ରହିବାକୁ ସଠିକ୍ ଜଳଖିଆ ଖାଇବା ଆବଶ୍ୟକ ହୋଇଥାଏ । ମଧୁମେହ ରୋଗୀମାନେ ଏକ୍ଷେତ୍ରରେ ଅଧିକ ଯତ୍ନ ନେବା ଆବଶ୍ୟକ । ସମୟ ସମୟରେ ଏମିତି ହୁଏ ଆମେ କାର୍ୟ୍ୟରେ ଏତେ ବ୍ୟସ୍ତ ଥାଉ ଯେ ଜଳଖିଆ ଖାଇବାକୁ ଭୁଲିଯାଉ । କିନ୍ତୁ ଜାଣି ରଖନ୍ତୁ, ଏହା କରିବା ଦ୍ୱାରା ଆପଣଙ୍କ ରକ୍ତରେ ଶୀଘ୍ର ଶର୍କରା ବୃଦ୍ଧି ହୋଇପାରେ । ତେଣୁ ସମୟ ବାହାର କରି ଠିକ୍ ସମୟରେ ଜଳଖିଆ ଖାଆ‌ନ୍ତୁ ।

୨. ଯଦି ଆପଣ ଆପଣଙ୍କର ଦାନ୍ତର ସଠିକ୍ ଯତ୍ନ ନେଉ ନାହାଁନ୍ତି, ତେବେ ରକ୍ତରେ ଶର୍କରା ଶୀଘ୍ର ବଢ଼ିପାରେ । ଏହା ଉପରେ ଅନେକ ଗବେଷଣା କରାଯାଇଛି ଓ ଜଣାପଡ଼ିଛି ଯେ, ଦୂଷିତ ମାଢ଼ି ରକ୍ତରେ ଶର୍କରା ସ୍ତର ବଢ଼ାଇପାରେ । ମାଢ଼ି ରୋଗ ମଧ୍ୟ ଟାଇପ୍-୨ ମଧୁମେହ ଅଭିଯୋଗ ପରିସରଭୁ‌କ୍ତ ଅଟେ । ମଧୁମେହ ରୋଗୀମାନେ ସେମାନଙ୍କର ମାଢ଼ିକୁ ନିୟମିତ ଯାଞ୍ଚ କରିବା ଉଚିତ୍ । ପାଟିର ଯଥେ‌ଷ୍ଟ ଯତ୍ନ ନିଅନ୍ତୁ ।

୩. ଯଦି ବ୍ଲଡ ସୁଗାର ସବୁବେଳେ ବଢ଼ୁଛି, ଏଥିପାଇଁ ଆପଣ‌ଙ୍କର ଡାଏଟ୍‌ରେ ମଧ୍ୟ ଉନ୍ନତି ଆଣିବା ଆବଶ୍ୟକ । ତେଣୁ ଏହା ଜରୁରୀ ଯେ, ଆପଣ ନିଜ ଖାଦ୍ୟରେ ଏପରି ଜିନିଷ ଅନ୍ତର୍ଭୁକ୍ତ କରନ୍ତୁ ଯାହାଦ୍ୱାରା ଆପଣଙ୍କର ରକ୍ତରେ ଶର୍କରା ନିୟନ୍ତ୍ରଣରେ ରହିବ ।

୪. ବ୍ଲଡ ସୁଗାର୍‌ର ନିରନ୍ତର ଯାଂଚ କରିବା ଅତ୍ୟନ୍ତ ଜରୁରୀ । ରକ୍ତ ଶର୍କରା କେଉଁ ସ୍ତରରେ ରହୁଛି, ତାହା ଆପଣ ଅବଗତ ହେବା ଦରକାର । ଯଦି ଆପଣ ଉଚ୍ଚ ରକ୍ତ ଶର୍କରା ଭୋଗୁଛନ୍ତି, ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଯାଂଚ ରିପୋର୍ଟ ସହ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାକୁ ପଡିବ; ଯାହାଫଳରେ ସେ ଆପଣଙ୍କୁ ସହଜରେ ସାହାଯ୍ୟ କରିପାରିବେ ।

୫. ଯଦି ଆପଣ ଦିନ ସାରା ବସି ରହି ବିନା ଶାରିରୀକ ପରିଶ୍ରମରେ କାମ କରୁଛ‌ନ୍ତି, ତେବେ ଏହା ମଧ୍ୟ ଆପଣଙ୍କ ବ୍ଲଡ଼୍‌‌ ସୁଗାର୍‌କୁ ବଢ଼ାଇପାରେ । ଏଣୁ ସମୟ ବାହାର କରି ପ୍ରତ୍ୟହ ନିହାତି ବ୍ୟାୟାମ କର‌ନ୍ତୁ ।

Leave A Reply

Your email address will not be published.