oom

ବିଜୁ ଜନତା ଦଳ ପକ୍ଷରୁ ଜନସଚେତନତା ଓ ମାସ୍କ ବଂଟନ କାର୍ଯ୍ୟକ୍ରମ

jsmm

କଳାହାଣ୍ଡି, (ପି.କେ.ସାହୁ) : ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେଁପୁର ଗ୍ରାମ ପଂଚାୟତର ସାପସିଲେଟ ଶିବ ମନ୍ଦିର ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ଜନସଚେତନତା ଓ ମାସ୍କ ବଂଟନ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏବଂ ବିଧାୟକ ତଥା ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରେରଣାରେ ସେଁପୁର ସରପଂଚ ରାଜେଶ ସାହୁଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକଙ୍କୁ ମାସ୍କ ବଂଟନ ସହ ସଚେତନ କରାଇଥିଲେ ।

କୋଭିଡର ମୁକାବିଲା ପାଇଁ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ଭୂମିକା ସମ୍ପର୍କରେ ଅବଗତ କରିବା ସହ ସକରାତ୍ମାକ ପରିବେଶ ସୃଷ୍ଟି ପାଇଁ ସେ ବ୍ୟକ୍ତିଗତ ଭାବେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହା ସହ ପ୍ଲାଜମା ଡୋନେଟ କରି ନୂଆ ଜୀବନ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଶ୍ରୀ ନିଆଲ ଆହ୍ୱାନ କରିଥିଲେ। ସେଁପୁର ପଂଚାୟତ ତଥା ଆଖପାଖ ଅଂଚଳରୁ ଲୋକମାନେ ଏଥିରେ ସାମିଲ ହୋଇଥିଲେ। ଆୟୋଜନରେ ସ୍ଥାନୀୟ ସମିତି ସଭ୍ୟ ଲିଙ୍ଗରାଜ ଜୁଏଡ଼ ସକ୍ରିୟ ରହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ଅକ୍ଟୋବର ୦୨ରୁ ବିଜେଡି ଦ୍ୱାରା ମାସବ୍ୟାପୀ ଆୟୋଜିତ ଏହି କାର୍ୟ୍ୟକ୍ରମର ଅନ୍ତିମ ଦିବସ ଥିଲା ।

jittmm
Leave A Reply

Your email address will not be published.