pakka

ଭଲ ଖବର : କୋଭିଶିଲ୍ଡ ଏବଂ କୋଭାକ୍ସିନର ୪୪ କୋଟି ଡୋଜ୍‌ ପାଇଁ ସରକାର ନିର୍ଦ୍ଦେଶ ଦେଲେ

kalikesh

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଟିକା ନୀତି ଘୋଷଣା କରିବା ପରେ କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ, କୋଭିଡ ଆଣ୍ଟି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନର ୪୪ କୋଟି ଡୋଜ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସୋମବାର ଘୋଷଣା କରିଛନ୍ତି ଯେ, କେନ୍ଦ୍ର ରାଜ୍ୟଗୁଡିକର କ୍ରୟ କୋଟା ଗ୍ରହଣ କରିବ ଏବଂ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ମାଗଣାରେ ଟିକା ଉପଲବ୍ଧ ହେବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏହି ୪୪ କୋଟି ଡୋଜ୍ ଆଣ୍ଟି-କୋଭିଡ୍ ଟିକା ଯୋଗାଣ ଡିସେମ୍ବର ସୁଦ୍ଧା ଉତ୍ପାଦନକାରୀଙ୍କ ଦ୍‌ଦ୍ୱାରା ଉପଲବ୍ଧ ହେବ । ଏହି ପରିପ୍ରେକ୍ଷୀରେ ଜଣେ ଅଧିକାରୀ କହିଛନ୍ତି ଯେ, ରାଷ୍ଟ୍ରୀୟ କୋଭିଡ ଟିକାକରଣ କାର୍ୟ୍ୟକ୍ରମର ନିର୍ଦ୍ଦେଶାବଳୀରେ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ କେନ୍ଦ୍ର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ କୋଭାଶିଲ୍ଡର ୨୫ କୋଟି ଏବଂ ଭାରତ ବାୟୋଟେକକୁ ୧୯ କୋଟି ଡୋଜ୍‌ କୋଭାସିନ୍ ପ୍ରଦାନ ପାଇଁ ଅର୍ଡର ଦିଆଯାଇଛି । ଏଥିସହ ଉଭୟ ଆଣ୍ଟି-କୋଭିଡ ଟିକା କ୍ରୟ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ ୩୦ ପ୍ରତିଶତ ଅଗ୍ରୀମ ରାଶି ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।

pp
Leave A Reply

Your email address will not be published.

12 − four =