pakka

ଗୁରୁମୁନି ଗାଁରେ ପହଞ୍ଚିଲା ଓଡ଼ିଆ ଯବାନ ଥବିରଙ୍କ ମୃତ୍ୟୁଦେହ : ମନ୍ତ୍ରୀ ଟୁକୁନି ଜଣାଇଲେ ଶ୍ରଦ୍ଧାଞ୍ଜଳି

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଗୁରମୁନି ଗ୍ରାମର ଥବିର ବୁଡେକ ଯବାନଙ୍କ କାର୍ୟ୍ୟରତ ଥିବା ସମୟରେ ତାଙ୍କ ଉପରେ ଗାଡି ଚଢି ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା ତେବେ ଆଜି ସକାଳୁ ୭ ଘଣ୍ଟା ସମୟରେ ନିଜ ଭିଟାମାଟିକୁ ପାର୍ଥିବ ଶରୀର ପହଞ୍ଚିଛି । ଗ୍ରାମରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିଜ ଗାଁ ଗୁରୁମୁନିକୁ ତାଙ୍କ ମୃତ୍ୟୁ ଦେହ ପହଞ୍ଚିଛି । ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରନ୍ଧାଞ୍ଜଳି ଜଣାଇଥିଲେ । ଅନ୍ୟପଟେ ସହିଦ ଯବାନ ଥବିରଙ୍କ ବାପା ଦିବା, ମା’ ଯଶୋବନ୍ତି, ପତ୍ନୀ ରୀନା,୧୪ ବର୍ଷର ପୁଅ ହିତେଶ ଏବଂ ୯ ବର୍ଷର ଝିଅ ସମୀକ୍ଷା ଏବଂ ତିନି ଭାଇଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ଚାରି ଭାଇଙ୍କ ମଧ୍ୟରୁ ଥବିର ସବୁଠାରୁ ବଡ଼ ।ଗାଁରେ ସେ ସମସ୍ତଙ୍କ ଅତି ପ୍ରିୟପାତ୍ର ଥିଲେ । ଶେଷଥର ସାନ ଭାଇର ବାହାଘର ପାଇଁ ଫେବୃଆରୀ ମାସରେ ଛୁଟି ନେଇ ଆସିଥିଲେ । ତେବେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଲାଗି ରହିଥିଲା ।

Leave A Reply

Your email address will not be published.

4 + fifteen =