jayashree

ଖପ୍ରାଖୋଲ ଅଞ୍ଚଳରେ ଚୋରଙ୍କ ଉତ୍ପାତ ବଢୁଥିବା ଅଭିଯୋଗ : ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ବିଜେପି ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଅଞ୍ଚଳରେ ଚୋରମାନଙ୍କର ପ୍ରାଦୂର୍ଭାବ ବଢ଼ିବାରେ ଲାଗୁଥିବା ହେତୁ ଅଞ୍ଚଳରେ ଦିନକୁ ଦିନ ଲୁଟ ଡକାୟତି ମାରପିଟ୍ ରାହାଜାନୀ, ଗଞ୍ଜେଇ, ସଟ୍ଟା, ବେଆଇନ ନିଶା କାରବାର ଗଣଧର୍ଷଣ ଭଲି ଘଟଣା ବୃଦ୍ଧି ପାଉଛି । ଯାହାଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ନିଜକୁ ସୁରକ୍ଷିତ ମଣୁନାହାନ୍ତି । କିଛି ତଳେ ଅଞ୍ଚଳରେ ବାଞ୍ଜିପାଲି ଜଗନ୍ନାଥ ମନ୍ଦିର ତାଲା ଭାଙ୍ଗି ମନ୍ଦିରରୁ ପୂଜା ସାମଗ୍ରୀ, ଠାକୁରଙ୍କ ଅଳଙ୍କାର, ସୁନା ରୂପା ଚୋରି କରି ନେଇ ଯିବା ସେହିପରି ଲାଠୋର ଓ ଦେଦର୍ହ ଗ୍ରାମର ଶିବ ମନ୍ଦିରରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚୋରମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । ଆଜି ବିଜେପି ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ପୋଲିସ ପ୍ରଶାସନ କଡ଼ା କଡ଼ି ଭାବରେ ପେଟ୍ରୋଲିଂ ବ୍ୟବସ୍ଥା କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣାଧିନ ରଖିବା ପାଇଁ ଦାବୀ କରାଯାଇଛି । ତୁରନ୍ତ ଚୋରକୁ ଶୀଘ୍ର ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଖପ୍ରାଖୋଲ ବିଜେପି ବ୍ଲକ ସଭାପତି ବିପ୍ରଚରଣ ବିଶିଙ୍କ ନେତୃତ୍ୱରେ ଖପ୍ରାଖୋଲ ଥାନା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗିର ସାଂସଦ ପ୍ରତିନିଧି ପ୍ରବିଣ ଅଗ୍ରୱାଲ, ବିଜେପି ଯୁବମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ଶିବ ସୁନା, ବିଶିଷ୍ଟ ବିଜେପି ନେତା ସତ୍ୟାନନ୍ଦ ସେନ୍ଦ୍ରିଆଙ୍କ ସହ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.