ଭାଗବତ ମନ୍ଦିର ଉଦ୍‌ଘାଟିତ

କଣ୍ଟାବାଞ୍ଜି, (କୌଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଅଶୋକନଗରସ୍ଥିତ ଧୁବାପଡାଠାରେ ଭାଗବତ ମନ୍ଦିର ଉଦ୍‌ଘାଟିତ ହୋଇଛି । ଏହି ପଡାରେ ଚାଲିଥିବା ପ୍ରହରୀରେ ଯୋଗ ଦେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଏନ୍‌ଏସ୍‌ଜି ଅଧ୍ୟକ୍ଷ ବରିୟାଂମ ସିଂହ ସାଲୁଜା ଠାକୁରଙ୍କ ଦର୍ଶନ ପରେ ବିଧାୟକଙ୍କ ପାଣ୍ଠିରୁ ତିଆରି ହୋଇଥିବା ଉକ୍ତ ଭାଗବତ ମନ୍ଦିର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଗବତ ମନ୍ଦିର କମିଟି ସଭାପତି ରାକେଶ ମହାନ୍ତି, ସଂପାଦକ ବ୍ରଜମୋହନ ମିଶ୍ର, କୋଷାଧକ୍ଷ ତଥା କାଉନସିଲର୍‌ ଲଳିତ ଅଗ୍ରୱାଲ, ଅରୁଣ ଆର୍ୟ୍ୟା, ବିମଳା ହାତୀ, ସୁରେଶ ଭିତିରିଆ, ହରିସିଂ ବେହେରା, ଅଶୋକ ବାରିକ, ଗଣେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.