csstore

ଝାଂକ୍ରିପାଲି ଗାଁ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଭଳି ଚାଉଳକୁ ନେଇ ଉତ୍ତେଜନା

  • ସରକାର ଦେଉଛନ୍ତି ଭିଟାମିନ ଯୁକ୍ତ ଚାଉଳ : ବିଇଓ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଘୁନସର ପଂଚାୟତ ଝାଂକ୍ରିପାଲି ଗାଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଯୋଗାଯାଇଥିବା ଚାଉଳ ମଧ୍ୟରେ ପ୍ଲାଷ୍ଟିକ ଭଳି ଚାଉଳ ମିଶିଥିବା ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଥିଲା । ବିଦ୍ୟାଳୟରେ ଯୋଗାଯାଇଥିବା ଚାଉଳକୁ ଧୋଇ ରୋଷେଇ କଲା ବେଳେ କିଛି ଚାଉଳ ପାଣିରେ ଭାସୁଥିବା ଦେଖିଥିଲେ, ତାହା ପୁଣି ପ୍ଲାଷ୍ଟିକ ଚାଉଳ ଭଳି ଦିଶୁଥିବା ଦେଖି ବିଦ୍ୟାଳୟରେ ଅଭିଭାବକ ମାନେ ପହଂଛି ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅପମିଶ୍ରଣ ହୋଇଥିବା କହି ଉତ୍ତେଜନା ପ୍ରକାଶ ପାଇବା ସହ କେହି ମଧ୍ୟାହ୍ନ ଭୋଜନ ଖାଇବାକୁ ମନା କରିଦେଇଥିଲେ । ସ୍କୁଲ କମିଟି ସଭାପତି ଜଳଧର ତାଣ୍ଡିଙ୍କୁ ଅଭିଭାବକ ମାନେ ଫୋନ ଯୋଗେ ଜଣାଇଥିଲେ । ହେଲେ ଏନେଇ ଖପ୍ରାଖୋଲ ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତକୁ ପଚାରିବାରୁ ଚଳିତ ମାସରୁ ସାରା ରାଜ୍ୟରେ ପ୍ରତି କ୍ୟୁଇଣ୍ଟାଲରେ ଏକ କେଜି ହିସାବରେ ଭିଟାମିନ ଯୁକ୍ତ ଚାଉଳ ମିଶୁଛି ଯାହାକି ପ୍ଲାଷ୍ଟିକ ଚାଉଳ ଭଳି ଦିସୁଥିବା କହିଥିଲେ । ଏନେଇ ଆମ ଅଫିସକୁ ଚିଠିହୋଇଛି । ଆଗାମୀ ଦିନରେ ସମସ୍ତଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.