pakka

ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଂଗ ଉପରେ ପ୍ରତିକ୍ରିୟା ରଖିଲେ ପ୍ରମୁଖ କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଂଗ ଉପରେ ସୋସିଆଲ୍‌ ମିଡ଼ିଆ ମାଧ୍ୟମରେ କୋଶଲବାଦୀ ପ୍ରମୁଖ ନେତା ପ୍ରମୋଦ କୁମାର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମ ଓ ଦକ୍ଷିଣା ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନିଷ୍ପତି କେ ଓଡିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ବିରୋଧ କର୍‌ବାର୍‌ ଟା ଗୁଟେ ନିନ୍ଦନୀୟ ଘଟଣା । ଆସୁନ ସଭେ ଇତାକେ ବିରୋଧ କରମା । ସମସ୍ତେ ବୁଝି ଯିବାର କଥା ଯେ, ଅଲଗ କୋଶଲ ରାଜ୍ୟ ନି ହେବାର ତକ୍‌ ହାଇକୋର୍ଟ ବେଞ୍ଚ ସମ୍ଭବ ନାଇଁସେ । ସବୁ ରାଜନୈତିକ ଦଲ୍‌ ଖାଲି ଇ ପ୍ରସଙ୍ଗ ଥି ରାଜନୀତି କରୁଛନ୍‌ । କାହାରି ଆନ୍ତରିକତା ନାଇଁନ । ଯେନ୍‌ମାନେ ବାସ୍ତବରେ ଆମର ଅଞ୍ଚଲ ଥି ହାଇକୋର୍ଟ ବେଞ୍ଚ ଚାହୁଁଛନ୍‌, ସେମାନ୍‌କୁ କୋଶଲ ରାଜ୍ୟ ଆନ୍ଦୋଳନରେ ସାମିଲ ହେବାକେ ପଡିବା । ଖାଲି ରାଜନୀତିକ ଉଦେ୍‌ଦ୍ଦଶ୍ୟରେ ବୟାନବାଜୀ କଲେ ନାଇଁ ହୁଏ, ଆସୁନ ସଭେ ମିଶିକରି ବୃହତ ଆରୁ ସମ୍ମିଳିତ କୋଶଲ ଆନ୍ଦୋଳନ ଲାଗି ପ୍ରସ୍ତୁତ ହେମା । ସେ ଆହୁରି କହିଛନ୍ତି ଯେ, ଆଇନଜୀବୀ ଭାଇମାନଙ୍କୁ ଅନୁରୋଧ ସିଧା ସଳଖ ଭାବେ ସେମାନେ କୋଶଲ ଆନ୍ଦୋଳନରେ ଯୋଗ ଦେଇକରି ଇତାକେ ନେତୃତ୍ୱ ଦଉନ୍‌ ।

jay balangir
Leave A Reply

Your email address will not be published.

6 + 8 =