ଖପ୍ରାଖୋଲ ବ୍ଲକରେ ବିଦାୟ ଓ ସମ୍ୱର୍ଦ୍ଧନା ସମାରୋହ ଅନୁଷ୍ଠିତ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଖପ୍ରାଖୋଲ ବ୍ଲକ ସି.ଆର୍‌.ସି.ସି ପରିବାର ତରଫରୁ ନୂତନ ସିଆର୍‌ସିସିମାନଙ୍କୁ ସ୍ୱାଗତ ଓ କାର୍ଯ୍ୟକାଳ ପୂରିଯାଇଥିବା ସିଆର୍‌ସିସି, ବିଆରସିସି ଏବଂ ସ୍ଥାନାନ୍ତର ହୋଇଥିବା ଏବିଓଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ୱର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଇ ସମାରୋହରେ ଖପ୍ରାଖୋଲ ବ୍ଲକର ବିଆର୍‌ସିସି ତଥା ଏବିଓ ମିନିକେତନ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକାଳ ପୁରିଯାଇଥିବା ସିଆର୍‌ସିସିମାନଙ୍କ ମଧ୍ୟରେ ବାଘମୁଣ୍ଡ କେନ୍ଦ୍ର ସିଆର୍‌ସିସି ତଥା ଖପ୍ରାଖୋଲ ବ୍ଲକ ସିଆର୍‌ସିସି ସଂଘର ସଭାପତି ବନମାଳୀ ସାହୁ, ପଡ଼ିଆବାହାଲ ସିଆର୍‌ସିସି ଗୌରାଚରଣ ବାରିକ, ଓଡ଼ିଆପାଲି କେନ୍ଦ୍ର ସିଆର୍‌ସିସି ଶାନ୍ତନୁ କୁମାର ବାରିକ, ଧଣ୍ଡାମୁଣ୍ଡା କେନ୍ଦ୍ର ସିଆର୍‌ସିସି ସରୋଜ କୁମାର ପାଣିଗ୍ରାହୀ, ଫୁଳକୀମୁଣ୍ଡା କେନ୍ଦ୍ର ସିଆର୍‌ସିସି ଶଙ୍ଖଧର ମାଝୀ, ଭାନପୁର କେନ୍ଦ୍ର ସିଆର୍‌ସିସି ବିଭୁତି ଭୂଷଣ ମେହେର ଆଦି ତଥା ଅବସରପ୍ରାପ୍ତ ବିଆର୍‌ସିସି ତଥା ଏବିଓ ବୀରେନ୍ଦ୍ର କୁମାର ସାହୁ ଓ ସ୍ଥାନାନ୍ତର ହୋଇଥିବା ଏବିଓ ଶୁଭ୍ରାଂଶୁ ମୌଳି ପୁରୋହିତଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ବିଦାୟ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଏହା ସହ ନୂତନ ଭାବେ ଯୋଗ ଦେଇଥିବା ସିଆର୍‌ସିସି ଯଥା – ପଞ୍ଚାନନ କରଣ, ଟୁନୁଶବର, ସତ୍ୟବ୍ରତ ବେହେରା, ବିଘ୍ନରାଜ ପ୍ରଧାନ, ସନାତନ ବାରିକ ଆଦିଙ୍କୁ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ସମାରୋହରେ ପ୍ରତ୍ୟକ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ ଖପ୍ରାଖୋଲ ବ୍ଲକକୁ ଶିକ୍ଷାକ୍ଷେତ୍ରରେ ରାଜ୍ୟରେ ଆଗଧାଡିରେ ରଖିବାକୁ ଶ୍ରୀ ବରିହା ଆହ୍ୱାନ ଦେଇଥିଲେ ।

jittmm
Leave A Reply

Your email address will not be published.