jsm

କୁରୁମକେଲ ବିସ୍ଥାପିତ କଲୋନୀ ପରିଦର୍ଶନ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ବୁଲି ଦେଖିବା ସହ ଡେବ୍ରିଗଡ ଅଭୟାରଣ୍ୟରୁ ବିସ୍ଥାପିତ ହୋଇଥିବା କୁରୁମକେଲ ଗ୍ରାମର ବିସ୍ଥାପିତ ପରିବାରଙ୍କୁ ଥଇଥାନ ପାଇଁ ନିର୍ମାଣ ବିସ୍ଥାପିତ କଲୋନୀ ମଧ୍ୟରେ ଏକ ଚିକିତ୍ସାଳୟକୁ ଉଦ୍‌ଘାଟନ କରିଥିଲେ । କଲୋନୀ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ମୌଳିକ ସୁବିଧା ଯଥା ବିଜୁଳି, ପାନୀୟଜଳ, ରାସ୍ତା, ପାଇଖାନା, ସ୍କୁଲ ଆଦି ବ୍ୟବସ୍ଥା କରାଯାଇଛି । ଆଜି ସେଠାରେ ସ୍ୱାସ୍ଥ୍ୟ ସେବା ପାଇଁ ଏକ ଚିକିତ୍ସାଳୟକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ସମୟରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ଦାସ ତଥା ଅମ୍ଭାଭୋନା ବ୍ଲକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବିସ୍ଥାପିତ କଲୋନୀ ପରିଦର୍ଶନ ସେଠାରେ ପହଞ୍ଚିବା ପରେ ସେଠାରେ ଥଇଥାନ ହୋଇଥିବା ବାସୀନ୍ଦା ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ ।

yuvodaya
Leave A Reply

Your email address will not be published.