pakka

କଣ୍ଟାବାଞ୍ଜିରେ ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

bbehera

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ନୂଆପଡାର ରାଧାରମଣ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ୪୧ତମ ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ଥିବା ନାମଯଜ୍ଞ ଚଳିତ ବର୍ଷ ଶୁକ୍ରବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ନଗର କୀର୍ତ୍ତନ ସହିତ ମହାଧୂମଧାମରେ ଉଦ୍‌ଯାପିତ ହୋଇଛି । ଏହି ନାମଯଜ୍ଞରେ କଳାହାଣ୍ଡି, ବରଗଡ଼, ପଦ୍ମପୁର, ନୂଆପଡା, ଛତିଶଗଡ଼ ଆଦି ବିଭିନ୍ନ ଗ୍ରାମରୁ ୨୦ଗୋଟି କୀର୍ତ୍ତନ ଦଳ ଯୋଗଦେଇ ହରିନାମ ଜପ କରିଥିଲେ । ଏହି ନାମଯଜ୍ଞକୁ ସଫଳ କରିବାରେ କମିଟିର ସଭାପତି କାଳିଆ ବେହେରା, ସଂପାଦକ ବିରଂଚି ନାରାୟଣ ଦାଶ, ଉପସଭାପତି ବିଶିକେଶନ ନାଗ, ସହସଂପାଦକ ସୁଧାଂଶୁ ପୁରୋହିତ, କୋଷାଧ୍ୟକ୍ଷ ଛେଲିଆ ସାହୁ, ସଭ୍ୟ ନିଳକଣ୍ଠ ଶତପଥୀ, ଲୋକନାଥ ନାଗ, ବିରଂଚି ସାହୁ, ଡମ୍ବରୁ ବେହେରା, ସତ୍ୟ ନାରାୟଣ ବେହେରା, ଗଣେଶ ଷଡ଼ଙ୍ଗୀ, ଚୁଡାମଣି ବେହେରା, ଚୈତନ୍ୟ ନାଗ, ପ୍ରଦୀପ ବେହେରା, ବରୁଣ ବାରିକ, ବିଭୁତି ଭୁଷଣ ଦାଶ, ଦେବାର ବାରିକ, ରାଜେନ୍ଦ୍ର ସାହୁ, ଡଗର ବରିହା, ଭାଗ୍ୟବନ୍ତ ବାଗ, ଦିଲ୍ଲୀପ ବାରିକ, ମକୁନ୍ଦ ନାଗ, ଶ୍ରବଣ ନାଗ, ରାଧାକାନ୍ତ ନାଗ ଆଦି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

1 × 2 =

error: Content is protected !!