csstore

କୁଡ଼ାସିଂହା ଗାୟତ୍ରୀ ପୀଠରେ ଆଦିଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ଗାୟତ୍ରୀ ପୀଠରେ ଆଦିଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଏକ ବୈଠକରେ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ମିଳିତ ଆନୁକୁଲ୍ୟରେ ସଭାପତି ରେବତ ଜାଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅନନ୍ତ ବିଭୂଷିତ ପୂଜ୍ୟପାବ ଶଙ୍କରାଚାର୍ଯ୍ୟ ପୁରୀ ଗୋବର୍ଦ୍ଧନ ପୀଥାଧିଶ୍ୱର ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜାଙ୍କ ତତ୍ତ୍ଵାବଧାନରେ ବଲାଙ୍ଗିର ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ ବିପିନ ବିହାରୀ ପଣ୍ଡା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତି ଯୋଗଦେଇ ଆଦିଶଙ୍କରାଚାର୍ଯ୍ୟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଗଙ୍ଗାଧର ସାହୁ, ପ୍ରକାଶ ସାହୁ, ତ୍ରିନାଥ ସାହୁ, ରମେଶ ଚନ୍ଦ୍ର ସାହୁ, ପ୍ରଦୀପ ସାହୁ, ଗୋପବନ୍ଧୁ ପଧାନ, ନିତ୍ୟାନନ୍ଦ ପଧାନ, ନିତ୍ୟାନନ୍ଦ ସିଦ୍ଦାର, ଅଶୋକ ସାହୁ, ଅକ୍ଷୟ ଚୌଧୁରୀ, ଅନୁ ସାହୁ, ରିତା ସାହୁ, ସବିତା ସାହୁ, ମଞ୍ଜୁଲତା ସାହୁ ଓ କଳ୍ପନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.