pakka

ହରିଶଙ୍କରର ଐତିହାସିକ ବୈଶାଖ ମେଳାର ମାନବୃଦ୍ଧି ପାଇଁ ଏକ କୋଟି ଟଙ୍କା ମଞ୍ଜୁର ଦାବୀରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାବୀପତ୍ର ପ୍ରଦାନ

bbehera
  • ମଇ ୯ରେ ଆମରଣ ଅନଶନ ଧାରଣ ଦେବାକୁ ଚେତାବନୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କରରେ ଚଳିତବର୍ଷ ଆସନ୍ତା ମଇ ୧୪ରୁ ୧୬ ପର୍ଯ୍ୟନ୍ତ ବୈଶାଖ ମେଳା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ମେଳାକୁ ସରକାର ଅଣଦେଖା କରୁଥିବା ଏବଂ ଆଜି ପର୍ଯ୍ୟନ୍ତ ପ୍ରସିଦ୍ଧ ହରିଶଙ୍କରର ବୈଶାଖ ମେଳାକୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ମାନ୍ୟତା ଦିଆଯାଉ ନଥିବାରୁ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ନିନ୍ଦା କରାଯାଇଛି । ହରିଶଙ୍କର ମନ୍ଦିରରୁ ବାର୍ଷିକ ଆୟ ହାରାହାରି ୫୦ରୁ ୬୦ ଲକ୍ଷ ଟଙ୍କାରୁ ବେଶୀ ଟଙ୍କା ଆୟ ହେଉଛି । ହେଲେ ସ୍ଥାନୀୟ ଦେବୋତ୍ତର ବିଭାଗ ପକ୍ଷରୁ ପରିଚାଳିତ ହେଉଥିବା ବୈଶାଖ ମେଳା ପାଇଁ କେବଳ ୧ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ଅନୁଦାନ ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପ୍ରଶ୍ନ କରାଯାଇଛି । ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ବୈଦ୍ଧ ବିହାର ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏବଂ କୋଶଳାଞ୍ଚଳର ଅନ୍ୟତମ ବର୍ଷ ତମାମ ଭ୍ରମଣ ଯୋଗ୍ୟ ପୀଠ ହୋଇଥିବାରୁ ବାର୍ଷିକ ଆୟ ହାରାହାରି ୫୦-୬୦ ଲକ୍ଷରୁ ଅଧିକ ଟଙ୍କା ଆୟ ହେଉଛି । ପ୍ରକାଶ ଯେ, ପୁରୀ ରଥଯାତ୍ରା, କଟକ ବାଲିଯାତ୍ରା, କୋଣାର୍କ ମହୋତ୍ସବ ଓ ପୁରୀ ବେଳାଭୂମି ମହୋତ୍ସବ ପାଇଁ ଶହ ଶହ କୋଟି ଟଙ୍କାର ଅନୁଦାନ ଦେଉଥିବା ବେଳେ ଆମ ଐତିହାସିକ ପ୍ରସିଦ୍ଧ ହରିଶଙ୍କରର ଐତିହାସିକ ବୈଶାଖ ମେଳା ପାଇଁ ମାତ୍ର ୧ ରୁ ୨ ଲକ୍ଷ ଟଙ୍କା ଦିଆଯାଇଛି ଯାହାକି ସମୁଦ୍ରକୁ ଶଂଖେ ପାଣି ଭଳି ନୁହେଁ କି ଓ ଏପରି ଅନ୍ୟାୟ କାହିଁକି ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ପ୍ରଶ୍ନ କରିଛି । ପଶ୍ଚିମ ଓଡ଼ିଶାର ଲୋକଙ୍କ ଆସ୍ଥା ସ୍ବାର୍ଥ ନିମନ୍ତେ ହରିଶଙ୍କର ବୈଶାଖ ମେଳା ମାନ ବୃଦ୍ଧି ପାଇଁ ଏକ କୋଟି ଟଙ୍କା ମଞ୍ଜୁର ଦାବୀରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ, ଦେବୋତ୍ତର କମିଶନ, ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦେଶ୍ୟରେ ପାଟଣାଗଡ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ ଅନୁପସ୍ଥିତ ଥିବା ହେତୁ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରିଥିଲେ । ଆଗାମୀ ୭/୫/୨୦୨୨ ସୁଦ୍ଧା ଅନ୍ୟୁନ ଅନୁଦାନ ଏକ କୋଟି ଟଙ୍କା ମଞ୍ଜୁର କରାନଗଲେ ଏହାର ପ୍ରତିବାଦରେ ଆସନ୍ତା ୯/୫/୨୦୨୨ରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଧାରଣ ଦେବାକୁ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବୀ ପତ୍ର ପ୍ରଦାନ ସମୟରେ କୋଶଳ ମୁକ୍ତି ମୋର୍ଚ୍ଚା ସଭାନେତ୍ରୀ ଲକ୍ଷ୍ମୀ ଶବର, ଆବାହକ ସୁଶିଲ କୁମାର ଗୁରୁ, ଡିଙ୍ଗର କୁମ୍ଭାର, ସୁବାଷ ଆଚାର୍ଯ୍ୟ, ଅଚ୍ୟୁତ ସିପୁନ ଖମାରୀ, ଗିରିରାଜ ଭୋଇ, ବନମାଳୀ ନାଏକ, କାଶିନାଥ ମେହେରଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

six + 6 =