ସୁବର୍ଣ୍ଣପୁରଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ – ୨୦୨୨ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ଟାଉନହଲଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ରାଷ୍ଟ୍ର ଗଠନ ସହ ଦେଶର ଅର୍ଥନୈତିକ ବିକାଶରେ ଶ୍ରମିକ ତଥା ଗୋଷ୍ଠିଗତ ଶ୍ରମଜୀବୀଙ୍କ ଭୂମିକା ଉପରେ ଆଲୋଚନା କରାଯିବା ସହ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଆଜିର ଦିନରେ ଏକ ଆହ୍ବାନ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ବର ଖାଖାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ପୌରାଧ୍ୟକ୍ଷା ତାମସୀ ତମସ୍ମିତା ନାଏକ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ବିଶିଷ୍ଟ ଶ୍ରମିକ ନେତା ଗୋବିନ୍ଦ ମହାରଣା ଅତିଥି ଭାବେ ଯୋଗଦେଇ ଶ୍ରମିକଙ୍କ ପାଇଁ ଥିବା ଜାତୀୟ ଶ୍ରମ ଆଇନ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲାର ୫୦ଜଣ ନିର୍ମାଣ ଶ୍ରମିକଙ୍କୁ ହିତାଧିକାରୀ ପରିଚୟ ପତ୍ର ସହ ୧୦ଜଣ ଅଣ ସଂଗଠିତ ଶ୍ରମିକଙ୍କୁ ନୂଆଁ ପରିଚୟ ପତ୍ର ଦିଆଯାଇଥିଲା ।

jittmm
Leave A Reply

Your email address will not be published.